ଓଡ଼ିଶାଲାଇଭ୍ ବ୍ୟୁରୋ

covid care center

ଦ୍ରୁତ ଗତିରେ ବଢ଼ିଚାଲିଥିବା କରୋନା ସଂକ୍ରମଣକୁ ରୋକିବା ଏବେ ଏକ କାଠିକର ପାଠ ହୋଇଗଲାଣି। ତେବେ ପ୍ରଶାସନ ପକ୍ଷରୁ ଯଥା ସମ୍ଭବ ଚେଷ୍ଟା ଜାରି ରହିଛି। ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ବଢ଼ିଚାଲିଛି କରୋନା ରୋଗୀଙ୍କ ସଂଖ୍ୟା। ଏନେଇ ରୋଗୀମାନଙ୍କର ଚିକିତ୍ସା ସୁବିଧା ନିମନ୍ତେ ଖୋର୍ଦ୍ଧା ଜିଲ୍ଲାରେ ଖୋଲାଯିବ କୋଭିଡ଼ କେୟାର ସେଣ୍ଟର। ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ସିତାଂଶୁ କୁମାର ରାଉତ, ଆଇଏମଏସ ଓ ସମ ହସ୍ପିଟାଲ ମଧ୍ୟରେ ଏନେଇ ଆଜି ଏମଓୟୁ ସ୍ୱାକ୍ଷର ହୋଇଛି।

CGU new

ଏହି ଏମଓୟୁ ବା ଚୁକ୍ତି ଅନୂଯାୟୀ ଖୋର୍ଦ୍ଧା ଜିଲ୍ଲାର ଜମୁଝରିଠାରେ ୫୦୦ ଶଯ୍ୟା ବିଶିଷ୍ଟ ଓ ଜଟଣୀସ୍ଥିତ ଆଇଆଇଏସ ଏସଏସପିଇଡ଼ି ଖୁଦୁପୁରଠାରେ ୩୦୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ଖୋଲାଯିବ। ଏହି କୋଭିଡ୍ କେୟାର ସେଣ୍ଟରଗୁଡ଼ିକରେ କରୋନାରେ ସଂକ୍ରମିତ ରୋଗୀଙ୍କ ସହ ସାମାନ୍ୟ ଲକ୍ଷଣଯୁକ୍ତ ରୋଗୀଙ୍କର ଚିକିତ୍ସା କରାଯିବ।

covid care center

ଏହି ଚୁକ୍ତି ସ୍ୱାକ୍ଷର ସମୟରେ ସମ ହସ୍ପିଟାଲ ସିଇଓଙ୍କ ସମେତ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ବିଶ୍ୱ ରଞ୍ଜନ ପତି, ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ପାଢ଼ୀ, ଭୂବନେଶ୍ୱର ଉପଜିଲ୍ଲାପାଳ ଶ୍ରୀ ଦେବବ୍ରତ ସାହୁ ଆଦି ପ୍ରାଧିକୃତ ଓ କାର୍ଯ୍ୟରତ ଅଧିକାରୀ ଉପସ୍ଥିତ ଥିଲେ।

Comment