ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

khordha opd
(ଖୋର୍ଦ୍ଧାରୁ ଦିଲ୍ଳୀପ ନାଇଡୁ): କାୟା ମେଲାଉଛି କରୋନା। ରାଜ୍ୟବ୍ୟାପି ବଢ଼ିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ତେବେ କେବଳ ସାଧାରଣ ଜନତା ନୁହଁନ୍ତି, କରୋନା ସହ ଲଢ଼ୁଥିବା କୋଭିଡ୍ ଯୋଦ୍ଧାମାନେ ମଧ୍ୟ ଧିରେ ଧିରେ ଏହି ସଂକ୍ରମଣର ଶିକାର ହେଉଛନ୍ତି। ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଡାକ୍ତର କରୋନାରେ ସଂକ୍ରମିତ ହେବା ପରେ ଚିକିତ୍ସାଳୟର ଓପିଡିକୁ ବନ୍ଦ କରିଦିଆଯାଇଛି।
CGU new
ଡାକ୍ତର ଜଣକ କରୋନା ପଡିଟିଭ୍ ଚିହ୍ନଟ ହେବା ପରେ ଚିକିତ୍ସାଳୟର ଓପିଡି ବନ୍ଦ କରାଯିବା ସହ ଏହାକୁ ସାନିଟାଇଜ୍ ମଧ୍ୟ କରାଯାଇଛି। ଏହା ସହ ଚିକିତ୍ସାଳୟର ମୁଖ୍ୟ ଓପିଡିକୁ ଅନ୍ୟତ୍ର ସ୍ଥାନାନ୍ତରଣ କରାଯିବା ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ।
khordha opd
ତେବେ ସାମାଜିକ ଦୂରତାର ସଠିକ୍ ପରିଚାଳନାକୁ ପରଖିବା ନିମନ୍ତେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ନର୍ସିଂହୋମ୍ ଉପରେ ମିଳିତ ଚଢ଼ାଉ କରିଛନ୍ତି ଜିଲ୍ଲା ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ ଏବଂ ପୋଲିସ୍ ଟିମ୍। ଖୋର୍ଦ୍ଧା ଜିଲ୍ଲାରେ ବଢ଼ିଚାଲିଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଠାରେ ଦୁଇଟି କୋଭିଡ୍ କେୟାର ସେଣ୍ଟରର ସ୍ଥାପନା କରାଯିବାର ଘୋଷଣା କରିଛି ପ୍ରଶାସନ।

Comment