ଓଡ଼ିଶାଲାଇଭ୍‌ ବ୍ୟୁରୋ

‘‘ଭଗବାନ ଶ୍ରୀରାମଙ୍କ ଜନ୍ମଭୂମି ନେପାଳରେ ଓ ଶ୍ରୀରାମ ନେପାଳୀ’’, ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି। ପ୍ରଧାନମନ୍ତ୍ରୀ ନିବାସରେ ଭାନୁ ଜୟନ୍ତୀ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଓଲି ଏ କଥା କହିଛନ୍ତି।

ଓଲିଙ୍କ କହିବା କଥା ପ୍ରଭୁ ଶ୍ରୀରାମଙ୍କ ଜନ୍ମସ୍ଥାନ ଉତ୍ତରପ୍ରଦେଶର ଅଯୋଧ୍ୟାରେ ନୁହେଁ ବରଂ ନେପାଳର ବାଲ୍ମୀକି ଆଶ୍ରମ ପାଖରେ। ଭାରତ ବିରୋଧୀ ଆଭିମୁଖ୍ୟ ରଖିଥିବା ଓଲିଙ୍କ ଏଭଳି ମନ୍ତବ୍ୟକୁ ନେଇ ଏକ ବଡ଼ ବିବାଦ ସୃଷ୍ଟି ହୋଇଛି।CGU new

ଓଲିଙ୍କର ଏଭଳି ମନ୍ତବ୍ୟକୁ ନେଇ ନେପାଳର ରାଷ୍ଟ୍ରୀୟ ପ୍ରଜାତନ୍ତ୍ର ପାର୍ଟିର ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ କମଲ ଆପତ୍ତି ଉଠାଇଛନ୍ତି।

ସେ ଟୁଇଟ୍ କରି କହିଛନ୍ତି,‘‘ ଯେକୌଣସି ଦେଶର  ପ୍ରଧାନମନ୍ତ୍ରୀଙ୍କ ପାଇଁ ଏପରି ଭିତ୍ତିହୀନ ବୟାନ ଦେବା  ଠିକ୍ ନୁହେଁ। ଏଥିରୁ ଜଣାପଡୁଛି ଯେ ପ୍ରଧାନମନ୍ତ୍ରୀ ଓଲି ଭାରତ ଏବଂ ନେପାଳ ମଧ୍ୟରେ ସମ୍ପର୍କକୁ ଆହୁରି ଖରାପ କରିବାକୁ ଚାହୁଁଛନ୍ତି”।

ପୂର୍ବରୁ ନେପାଳ ଭାରତର ଲିପୁଲେଖ, କଳାପାଣି, ଲିମ୍ପ୍ୟାଧୁରାକୁ ନେପାଳ ନିଜର ମାନଚିତ୍ରରେ ଦର୍ଶାଇ ବିବାଦ ସୃଷ୍ଟି କରିଥିଲା। ଭାରତର ଏହି ୩ ଭୂଖଣ୍ଡକୁ ନିଜର ଦାବି କରିବା ପରେ ଏବେ ପ୍ରଭୁ ରାମ ଓ ଆଯୋଧ୍ୟା ତାଙ୍କର ବୋଲି ଓଲି କହିଛନ୍ତି।

ସୀମା ବିବାଦ ପ୍ରସଙ୍ଗରେ ଭାରତ ପ୍ରତି ପ୍ରଦର୍ଶିତ ହୋଇଥିବା ଆଭିମୁଖ୍ୟ କାରଣରୁ ନେପାଳରେ କ୍ଷମତାରେ ଥିବା ଶାସକ କମ୍ୟୁନିଷ୍ଟ ପାର୍ଟି-ଏନସିପି(Nepal Communist Party-NCP)ରେ ଦଳୀୟ ବିବାଦ ତେଜିବାରେ ଲାଗିଛି। ଯାହାର ଫଳ ସ୍ୱରୂପ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ବିରୁଦ୍ଧରେ ଅସନ୍ତାଷ ବୃଦ୍ଧି ପାଇଛି।

କେବଳ ଏତିକି ନୁହେଁ ଅଧିକାଂଶ ଏନସିପି ନେତା କହିଛନ୍ତି ଯେ ଅଲି ସରକାର କୋଭିଡ – ୧୯ବିରୋଧରେ ଲଢ଼େଇରେ ବିଫଳ ହୋଇଛନ୍ତି। ତେଣୁ ସେ ଇସ୍ତଫା ଦିଅନ୍ତୁ ବୋଲି ଦାବି ହୋଇଛି। ଓଲିଙ୍କ ଏପରି ବିବୃତ୍ତି ମଧ୍ୟ ତାଙ୍କ ଇସ୍ତଫାରୁ ଧ୍ୟାନ ହଟାଇବାରେ ବୋଲି କୁହାଯାଉଛି।

Comment