ଓଡିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ଜିଲ୍ଲାରେ ସାମାଜିକ ବାସନ୍ଦ ବ୍ୟାଧିରେ ପରିଣତ ହୋଇଛି। ଅନେକ ସମୟରେ ଏହି କୁତ୍ସିତ ତଥା ଅପରାଧିକ ଘଟଣା ସାମ୍ନାକୁ ଆସୁଛି। ସାମାଜିକ ବାସନ୍ଦର ଆଉ ଏକ ଚିତ୍ର ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ରଣପୁର କେରେଣ୍ଡାଟାଙ୍ଗି ପଞ୍ଚାୟତର ଉପେନ୍ଦ୍ରପୁର ଗାଁରେ।CGU newଗ୍ରାମର ପ୍ରସନ୍ନ ସୁନ୍ଦରାୟଙ୍କ ପରିବାରକୁ କୌଣସି କାରଣରୁ ଗାଁର କିଛି ଲୋକ ସାମାଜିକ ବାସନ୍ଦ କରିଛନ୍ତି। ପରିବାରକୁ ନିଆଁ ପାଣି ବାରଣ କରାଯାଇଛି। ଏଥିସହ ପ୍ରସନ୍ନଙ୍କ ଦାଣ୍ଡ ଦୁଆରେ କଣ୍ଟାଡ଼ାଳ ପକାଇ ଅବରୋଧ କରାଯାଇଛି। ତେଣୁ ସେମାନେ ଘରୁ ବାହାରକୁ ବାହାରି ପାରୁନାହାନ୍ତି। ଘଟଣାଟି ପ୍ରଶାସନ ଦୃଷ୍ଟିକୁ ଆସିବା ପରେ ପୋଲିସ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Comment