ଓଡିଶାଲାଇଭ୍ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଖୋର୍ଦ୍ଧା ଜିଲ୍ଲାରେ ପୁଣି ଅଲୋଡ଼ା ହୋଇଛି ଶିଶୁ କନ୍ୟା। ବାଘମାରିର ହଟକେଶ୍ୱର ମହିଳା ମହାବିଦ୍ୟାଳୟ ପଛପଟ ବିଲ ହୁଡ଼ାରୁ ଗୁରୁବାର ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି। ଶିଶୁଟିକୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।CGU newବାଘମାରିର ଲିଲି ନାୟକ ସକାଳୁ ପୋଖରୀକୁ ଗାଧୋଇବାକୁ ଯାଉଥିବା ବେଳେ ଶିଶୁ କନ୍ୟାର କାନ୍ଦ ଶୁଣି ତାକୁ ଉଦ୍ଧାର କରିଥିଲେ। ଏହାପରେ ଶିଶୁଟିର ଚିକିତ୍ସା ପାଇଁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ତେବେ କିଏ ଏବଂ କାହିଁକି ନବଜାତକକୁ ବିଲରେ ଫୋପାଡ଼ି ଦେଇଛି ତାହା ଜଣାପଡିନାହିଁ।

Comment