ଓଡିଶାଲାଇଭ୍ ବ୍ୟୁରୋ

 

  • ଅଧିକ ଭେଣ୍ଟିଲେଟର ସୁବିଧା ପାଇଁ ପରାମର୍ଶ
  • ସଂକ୍ରମଣରହିତ ଚିକିତ୍ସା ଉପରେ ଗୁରୁତ୍ଵ

ନୟାଗଡ଼ ଜିଲ୍ଲାରେ କରୋନା ମୁକାବିଲା ସ୍ଥିତି ଅନୁଧ୍ୟାନ କରିଛନ୍ତି କେନ୍ଦ୍ରାଞ୍ଚଳ ଆର୍‌ଡିସି ଅନିଲ କୁମାର ସାମଲ। କରୋନା ମୁକାବିଲାରେ କୌଣସି ପ୍ରକାର ଉଣା ନ ରଖିବାକୁ ସେ ନୟାଗଡ଼ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଛନ୍ତି।

ଜିଲ୍ଲାର ଖଣ୍ଡପଡ଼ା ଓ ନୟାଗଡ଼ ପିଟିଏସ୍ କୋଭିଡ୍ କେୟାର ସେଣ୍ଟର ପ୍ରସ୍ତୁତ ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଏହି ଦୁଇ କୋଭିଡ୍ କେୟାର ସେଣ୍ଟରରେ ଭେଣ୍ଟିଲେଟର ଏବଂ ଅକ୍ସିଜେନ୍ ମହଜୁଦ ରଖିବାକୁ ସେ କହିଛନ୍ତି। ସେଠାରେ ସଂକ୍ରମଣରହିତ ଚିକିତ୍ସା ପଦ୍ଧତି ଉପରେ ମଧ୍ୟ ଆର୍‌ଡିସି ଗୁରୁତ୍ଵ ଦେଇଛନ୍ତି। ଏଥିସହ ସ୍ଵାସ୍ଥ୍ୟ ସେବାରେ ନିୟୋଜିତ ସ୍ଵାସ୍ଥ୍ୟ କର୍ମଚାରୀଙ୍କୁ ନିୟମିତ ତାଲିମ୍ ଏବଂ ନିରାପତ୍ତା କିଟ୍ ଯୋଗାଇ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।କୋଭିଡ୍ ପରିଚାଳନା ବ୍ୟବସ୍ଥା ବାବଦରେ ଆର୍‌ଡିସି ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ କିଛି କୋଭିଡ୍ କେୟାର ହୋମ୍ ପରିଦର୍ଶନ କରିଛନ୍ତି। ଏଥିସହ ତଥ୍ୟ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ଅଙ୍ଗନବାଡ଼ି କର୍ମୀ ଓ ଆଶାକର୍ମୀଙ୍କ ମନୋବଳ ବଢ଼ାଇବା ସହ ସେମାନଙ୍କ ସହ ଆଲୋଚନା କରିଛନ୍ତି।CGU newଏହି ସମୟରେ ଜିଲ୍ଲାପାଳ ଡକ୍ଟର ପୋମା ଟୁଡ଼ୁ, ଜିଲ୍ଲା କୋଭିଡ୍ ଅଫିସର ଧନରାଜ ଏଚ୍ ଡି ଏବଂ ସିଡିଏମ୍‌ଓ ଡାକ୍ତର ରଞ୍ଜିତା ବିଶ୍ଵାଳ ପ୍ରମୁଖ ଉପସ୍ଥିତ ଥିଲେ।

Comment