ଓଡିଶାଲାଇଭ୍ ବ୍ୟୁରୋ

କରୋନା ପାଇଁ ଚିଲିକା କୂଳ ମାଛ ମାର୍କେଟକୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ସଟଡାଉନ୍ ଘୋଷଣା କରାଯାଇଛି। ଜଣେ ମାଛ ବ୍ୟବସାୟୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ମାଛ ମାର୍କେଟକୁ ସିଲ୍ କରାଯାଇଥିବା ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ରାଉତ ସୂଚନା ଦେଇଛନ୍ତି।

ଶୁକ୍ରବାର ମାଛ ମାର୍କେଟ୍‌ରେ ଜଣେ ମାଛ ବ୍ୟବସାୟୀ କରୋନାରେ ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା। ତେଣୁ କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ଆଗାମୀ ୭ ଦିନ ପର୍ଯ୍ୟନ୍ତ ମାଛ ମାର୍କେଟ୍‌କୁ ବନ୍ଦ କରାଯାଇଛି।

ମାଛ ମାର୍କେଟ୍‌କୁ ବିଶୋଧନ କରାଯାଇଛି। ଏଥିସହ ସମ୍ପୃକ୍ତ ବ୍ୟବସାୟୀଙ୍କର ୨ଟି ମାଛ ଗୋଦାମ ସମେତ ୩ଟି ଆଇସ୍ ଫ୍ୟାକ୍ଟ୍ରି ସିଲ୍ କରାଯାଇଛି। ଏହି ସାତ ଦିନ ମଧ୍ୟରେ ଆକ୍ରାନ୍ତ ବ୍ୟବସାୟୀଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।CGU newସେହିପରି ଚିଲିକାରୁ ଗଞ୍ଜାମକୁ କୌଣସି ମାଛ ଗାଡ଼ି ଯାତାୟତ କରିବନି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Comment