ଓଡିଶାଲାଇଭ୍ ବ୍ୟୁରୋ

କୋଭିଡ୍ ନିୟମ ଭାଙ୍ଗିବା ଅଭିଯୋଗରେ ବିବାହ ଭୋଜିରୁ ବର ଗିରଫ। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଦୁତିଆଳ ଗ୍ରାମରେ। ଗାଁର ଅଶୋକ ରଞ୍ଜନ ସେନାପତିଙ୍କୁ କୋଭିଡ୍ ନିୟମ ଭାଙ୍ଗିବା ଅଭିଯୋଗରେ କେନ୍ଦ୍ରାପଡା ସଦର ଥାନା ପୋଲିସ ଗିରଫ କରିଛି।

ଅଶୋକ ତାଙ୍କ ବିବାହ ଭୋଜି ଉତ୍ସବରେ ଶତାଧିକ ଲୋକଙ୍କ ପାଇଁ ଭୋଜିଭାତର ଆୟୋଜନ କରିଥିବା ଅଭିଯୋଗ ହୋଇଥିଲା। କେନ୍ଦ୍ରାପଡା ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ସଦର ଥାନା ଇନ୍ସପେକ୍ଟର ପ୍ରମୋଦ ମଲ୍ଲିକ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବର ଓ ତାଙ୍କର ଦୁଇ ସହଯୋଗୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି।CGU newଏହି ଘଟଣାରେ କେହି ଅଭିଯୋଗକାରୀ ନ ଥିବାରୁ ସଦରଥାନା ଇନ୍ସପେକ୍ଟର ପ୍ରମୋଦ ମଲ୍ଲିକ ନିଜ ପକ୍ଷରୁ ଏକ ଲିଖିତ ଅଭିଯୋଗ ଆଣିଛନ୍ତି। ଅଶୋକଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋର୍ଡର  ୧୮୮,୨୬୯,୨୭୦ ଓ ୩୪ ଦଫା, ଡିଜାଷ୍ଟର ମ୍ୟାନେଜମେଣ୍ଟ ଆକ୍ଟର ୫୧(କ) ଓ ୧୯୮୭ ଏପିଡେମିକ୍ ଆକ୍ଟର ୩ ଦଫାରେ ମାମଲା ରୁଜୁ କରିଛି ପୋଲିସ। ତେବେ ପରେ ଅଭିଯୁକ୍ତମାନଙ୍କୁ ଜାମିନ ମିଳିଯାଇଥିବା ସୂଚନା ମିଳିଛି।

Comment