ଓଡିଶାଲାଇଭ୍ କରୋନା ବ୍ୟୁରୋ

ରାଜ୍ୟରେ ଆଉ ୫ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଗଞ୍ଜାମରୁ ୩ ଜଣ, ଜଗତସିଂହପୁର ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଗଞ୍ଜାମର ୩ ମୃତକଙ୍କ ମଧ୍ୟରେ ଜଣେ ୭୦ ବର୍ଷୀୟ ମହିଳା ଅଛନ୍ତି। ଅନ୍ୟ ଦୁଇ ଜଣ ପୁରୁଷ ବୋଲି ଜଣାପଡ଼ିଛି। ସେମାନଙ୍କ ବୟସ ଯଥାକ୍ରମେ ୪୪ ଓ ୩୯ ବର୍ଷ ବୋଲି ସୂଚନା ମିଳିଛି। ସେହିପରି ଜଗତସିଂହପୁର ଜିଲ୍ଲାରେ ପ୍ରଥମ କରୋନା ମୃତ୍ୟୁ ଘଟିଛି। ମୃତକ ଜଣକ ୬୭ ବର୍ଷୀୟ ପୁରୁଷ ବୋଲି ଜଣାପଡ଼ିଛି। ସୁନ୍ଦରଗଡ଼ ଜିଲ୍ଲାର ମୃତକ ଜଣକ ୬୫ ବର୍ଷୀୟ ମହିଳା ବୋଲି ସୂଚନା ମିଳିଛି।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୯୧ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ କେବଳ ଗଞ୍ଜାମରୁ ୫୪ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।CGU newଏଥିସହ ରାଜ୍ୟରେ ଆଜି ଆଉ ଦୁଇଟି ଅଣକୋଭିଡ୍ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ଦ୍ଵୟ କରୋନାରେ ଆକ୍ରାନ୍ତ ଥିଲେ। କିନ୍ତୁ ସେମାନେ ଭିନ୍ନ କାରଣରୁ ପ୍ରାଣ ହରାଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି।

LEAVE A REPLY

Please enter your comment!
Please enter your name here