ଓଡ଼ିଶାଲଇଭ୍ ବ୍ୟୁରୋ

nalini-Rajib Gandhi

ଦୀର୍ଘ ୨୯ ବର୍ଷ ଧରି ଜେଲରେ କଏଦୀ ଭାବରେ ଜୀବନ କାଟୁଛନ୍ତି ରାଜୀବ ଗାନ୍ଧୀ ହତ୍ୟାକାଣ୍ଡର ଦୋଷୀ ନଳିନୀ। ହେଲେ ଗତ ସୋମବାର ରାତିରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିବାର ସୂଚନା ମିଳିଛି। ଜଣେ ସାଥୀ କଏଦୀଙ୍କ ସହ ଝଗଡ଼ାକୁ ନେଇ ସେ ଏପରି କରିଥିବାର କୁହାଯାଉଛି।

CGU new

ନଳିନୀଙ୍କର ଜଣେ ସାଥୀ କଏଦୀ ସହ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ପରେ ସେ କଏଦୀ ଜଣଙ୍କ ଏବିଷୟରେ ଜେଲରଙ୍କ ପାଖରେ ଅଭିଯୋଗ କରିଥିଲେ। ଏହାପରେ ନଳିନୀ ଜେଲରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବାର ସୂଚନା ଦେଇଛନ୍ତି ତାଙ୍କ ଓକିଲ।

ତେବେ ନଳିନୀଙ୍କ ଓକିଲଙ୍କ ଅନୁଯାୟୀ ଗତ ୨୯ ବର୍ଷ ମଧ୍ୟରେ ନଳିନୀ ଏଭଳି କୌଣସି ପଦକ୍ଷେପ ନେଇନାହାନ୍ତି। ତେଣୁ ଏବିଷୟରେ ଅଧିକ ଖୋଲତାଡ଼ ଚାଲିଛି।

Comment