ଓଡ଼ିଶାଲାଇଭ୍ ବ୍ୟୁରୋ

Ram mandir-1

ଏକାସାଙ୍ଗରେ ୫୦ ହଜାରରୁ ଅଧିକ ଭକ୍ତ କରିପାରିବେ ପୂଜା

ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣକୁ ନେଇ ଆଗେଇ ଚାଲିଛି ପ୍ରସ୍ତୁତି। ନିକଟରେ ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟ ଦ୍ୱାରା ଦିଆଯାଇଥିବା ଡିଜାଇନକୁ ପ୍ରସ୍ତୁତ କରାଯାଇଛି। ତେବେ ୮୪ ହଜାର ୬୦୦ ବର୍ଗଫୁଟରେ ତିଆରି ହେବାକୁ ଯାଉଛି ଏହି ମନ୍ଦିର।

CGU new

ପୂର୍ବରୁ ପ୍ରସ୍ତାବିତ ଡିଜାଇନରୁ ଦ୍ୱିଗୁଣା ବଡ଼ ଆକାରରେ ତିଆରି ହେବ ଏହି ଭବ୍ୟ ମନ୍ଦିର। ଏହି ମନ୍ଦିରର ନାମ ରଖାଯାଇଛି ‘ଶ୍ରୀରାମ ଜନ୍ମଭୂମି ମନ୍ଦିର’। ଏବଂ ଏହି ନାମ ମନ୍ଦିର ଅଗ୍ରଭାଗ ସିଂହଦ୍ୱାରରେ ରହିବ।

ମନ୍ଦିରରେ କୀର୍ତ୍ତନ ଏବଂ ପ୍ରାର୍ଥନା ମଣ୍ଡପର ବ୍ୟବସ୍ଥା ମଧ୍ୟ କରାଯିବ। ପୂର୍ବରୁ ଏକାସାଙ୍ଗରେ ୨୦ ହଜାର ଭକ୍ତଙ୍କ ପୂଜା ବ୍ୟବସ୍ଥା ପାଇଁ ଯୋଜନା କରାଯାଇଥିଲା। କିନ୍ତୁ ଏବେ ଏହା ବଢ଼ି ୫୦ ହଜାର ହୋଇଛି। ଆସନ୍ତା ଅଗଷ୍ଟ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଠାରେ ଭୂମି ପୂଜନ କରିବା ପରେ ଅଗଷ୍ଟ ପ୍ରଥମ ସପ୍ତାହରୁ ହିଁ ମନ୍ଦିର କାର୍ଯ୍ୟ ଆରମ୍ଭ ହେବାର ଯୋଜନା ରହିଛି।

Comment