ଓଡ଼ିଶାଲାଇଭ୍ ବ୍ୟୁରୋ

ଅଯୋଧ୍ୟାର ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଜାନୁଆରି ୨୨ ତାରିଖରେ ଅଧା ଦିନ ଛୁଟି ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ସାରା ଦେଶରେ ଥିବା କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଓ ଶିଳ୍ପାନୁଷ୍ଠାନ ପାଇଁ ଏହି ନିର୍ଦେଶ ଜାରି ହୋଇଛି। ସେହିଦିନ ଅପରାହ୍ଣ ୨ଟା ୩୦ ପର୍ଯ୍ୟନ୍ତ ଏହି ଅନୁଷ୍ଠାନ ସବୁ ବନ୍ଦ ରହିବ।

“କେନ୍ଦ୍ରୀୟ କର୍ମଚାରୀ ସଂଘର ଅନୁରୋଧ କ୍ରମେ କେନ୍ଦ୍ର ସରକାର ଦେଶରେ ଅଧାଦିନର ଛୁଟି ଘୋଷଣା କରିଛନ୍ତି। ଏହାଦ୍ଵାରା କର୍ମଚାରୀମାନେ ସେମାନଙ୍କ ପରିବାର ସହ ପ୍ରଭୁ ଶ୍ରୀରାମଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମର ସିଧାପ୍ରସାରଣ ସୁବିଧାରେ ଦେଖି ପାରିବେ”, କହିଛନ୍ତି କେନ୍ଦ୍ର କାର୍ମିକ, ଲୋକ ଅଭିଯୋଗ ଓ ପେନସନ୍ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ।

ଏହାପୂର୍ବରୁ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୋଆ, ହରିୟାଣା ଏବଂ ଛତିଶଗଡ଼ ସରକାର ଛୁଟି ଘୋଷଣା କରିଥିଲେ। ଏହାସହ ଉକ୍ତ ଦିନ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶର ସବୁ ମଦ ଦୋକାନ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି।

Tags: #RamTemple #PranPratistha #LordSriRam #Ayodhya

Comment