ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ମନ୍ଦିର ନିର୍ମାଣ କାର୍ଯ୍ୟ ଅଗଷ୍ଟ ପ୍ରଥମ ସପ୍ତାହରୁ ଆରମ୍ଭ ହେବ। ରାମ ମନ୍ଦିର ନିର୍ମାଣ ଲାଗି ଭୁମି ପୂଜନ ତାରିଖ ଅଗଷ୍ଟ ୫ରେ ସ୍ଥିର କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମ ମନ୍ଦିରର ଭୁମି ପୂଜନ କରିବେ। କରୋନାକୁ ଧ୍ୟାନରେ ରଖି କେବଳ ସୀମିତ ଲୋକ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ।

ଶନିବାର ଅଯୋଧ୍ୟାରେ ରାମଜନ୍ମ ଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହି ବୈଠକରେ ଭୂମି ପୂଜନ ପାଇଁ ତାରିଖ ସ୍ଥିର ହୋଇଥିଲା। ମୋଦୀଙ୍କୁ ଭୂମି ପୂଜନ କାର୍ଯ୍ୟରେ ଯୋଗ ଦେବାକୁ ଆମନ୍ତ୍ରଣ କରାଯାଇଥିଲା। ଆମନ୍ତ୍ରଣ ରକ୍ଷା କରି ମୋଦୀ ଅଗଷ୍ଟ ୫ରେ ଭୂମି ପୂଜନ କରିବେ।

Comment