ଓଡିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ପ୍ରତିଦିନ ଜିଲ୍ଲାରୁ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଏପରିସ୍ଥଳେ ଜିଲ୍ଲା କୋଭିଡ୍ ନୋଡାଲ ଅଫିସର ବର୍ତ୍ତମାନ ହୋମ୍ କ୍ଵାରେଣ୍ଟାଇନରେ ଥିବା ସୂଚନା ମିଳିଛି।

ନୟାଗଡ଼ ବନ ବିଭାଗ କୋର୍ଡିନେସନ ମିଟିଂରେ ଖୋର୍ଦ୍ଧା ଜିଲ୍ଲାର ଜଣେ ବନ ବିଭାଗ ଅଧିକାରୀ ଯୋଗ ଦେଇଥିଲେ। ତାଙ୍କର କୋଭିଡ୍ ପଜିଟିଭ୍ ଆସିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ନୟାଗଡ଼ ଡିଏଫଓ ତଥା ଜିଲ୍ଲା କୋଭିଡ୍ ନୋଡାଲ ଅଫିସର ହୋମ୍ କ୍ଵାରେଣ୍ଟାଇନରେ ଅଛନ୍ତି। ଆଉ ଚାରି ଦିନ ପରେ ତାଙ୍କର କୋଭିଡ୍ ଟେଷ୍ଟ କରାଯିବ ବୋଲି ଜଣାପଡ଼ିଛି।CGU newନୟାଗଡ଼ ଜିଲ୍ଲାରେ କୋଭିଡ୍ ଭୂତାଣୁ ସଂକ୍ରମଣ ସଂଖ୍ୟା ୩୫୫ରେ ପହଞ୍ଚିଛି। ସେଥିମଧ୍ୟରୁ ୧୭୯ ଜଣ ସୁସ୍ଥ ହୋଇଥିବାବେଳେ ୭୫ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ଏଥିସହ ଜଣଙ୍କର ମୃତ୍ୟୁ ହୋଇଛି।

Comment