ଓଡିଶାଲାଇଭ୍ କରୋନା ବ୍ୟୁରୋ

  • ଭୁବନେଶ୍ଵରରୁ ପୁଣି ୧୧୧ ପଜିଟିଭ୍ ଚିହ୍ନଟ
  • କ୍ଵାରେଣ୍ଟାଇନ୍‌ରୁ ୬୨ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୪୯ ଜଣ ଆକ୍ରାନ୍ତ ଚିହ୍ନଟ
  • ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୨୮କୁ ବୃଦ୍ଧି

ରାଜଧାନୀ ଭୁବନେଶ୍ଵରରେ କରୋନା ସଂକ୍ରମଣ ଅଣାୟତ୍ତ ହେଲାଣି। ଶନିବାର ସହରରୁ ପୁଣି ୧୧୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ଵାରେଣ୍ଟାଇନ୍‌ରୁ ୬୨ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୪୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।

ଆଜି ସ୍ଥାନୀୟ ସଂକ୍ରମିତଙ୍କ ଭିତରେ କଳ୍ପନାରୁ ଜଣେ, ୟୁନିଟ୍-୧ ଜିଇଟି ବସ୍ତିରୁ ଜଣେ, ଭରତପୁରରରୁ ୨ ଜଣ, ବରମୁଣ୍ଡାରୁ ଜଣେ, ଖଣ୍ଡଗିରିରୁ ଜଣେ, ଶୈଳଶ୍ରୀ ବିହାରରୁ ଜଣେ, କମିଶନରେଟ୍ ପୋଲିସ୍‌ର ଜଣେ ଷ୍ଟାଫ୍, ବରଗଡ଼ ବ୍ରିଟ୍ କଲୋନିରୁ ଜଣେ, ନୂଆ ଫରେଷ୍ଟ ପାର୍କ କଲୋନିରୁ ଜଣେ, ମା’ ମଙ୍ଗଳା ବସ୍ତିରୁ ଜଣେ, ନୟାପଲ୍ଲୀରୁ ଜଣେ, ରେଣ୍ଟାଲ୍ କଲୋନି ବେହେରା ସାହିରୁ ଜଣେ, ଜାଗମରାରୁ ଜଣେ, ଝାରପଡ଼ା ମୁସଲିମ୍ ବସ୍ତିରୁ ଜଣେ, ସୁନ୍ଦରପଦାରୁ ଜଣେ, ଜୟଦୁର୍ଗା ନଗରରୁ ଜଣେ, ସିଆର୍‌ପି ଛକରୁ ଜଣେ, ଘାଟିକିଆରୁ ଜଣେ, ପଲକନଗରରୁ ଜଣେ, ପାହାଳରୁ ଜଣେ, ଚନ୍ଦ୍ରଶେଖରପୁରରୁ ଜଣେ, ୟୁନିଟ୍-୧ ତାଟି ବସ୍ତିରୁ ଜଣେ, ସିଜୁଆରୁ ଜଣେ, ଖାରବେଳନଗରରୁ ଜଣେ, ବାଣୀବିହାରରୁ ଜଣେ, ଚକେଇସିଆଣିରୁ ଜଣେ, ୟୁନିଟ୍-୬ରୁ ଜଣେ, ପାଣ୍ଡରାରୁ ଜଣେ, ସରକାରୀ ହସ୍ପିଟାଲରୁ ୨ ଜଣ, ପାଣ୍ଡରା ଜିଜିପି କଲୋନିରୁ ଜଣେ, ଫାୟାର ଷ୍ଟେସନ୍ ବସ୍ତିରୁ ଜଣେ, ଏମ୍ସ ହସ୍ପିଟାଲ ନିକଟ ପୋଲିସ ଏକାଡେମୀରୁ ୨ ଜଣ, ଆଇଆର୍‌ସି ଭିଲେଜ୍‌ରୁ ୩ ଜଣ, ଭୋଇନଗରରୁ ଜଣେ, ଜୟଦେବ ବିହାରରୁ ଜଣେ, ସାଲିଆ ସାହିରୁ ଜଣେ, ଆଖଣ୍ଡଳମଣି ବସ୍ତିରୁ ଜଣେ, ବମିଖାଲରୁ ଜଣେ, ପଥରବନ୍ଧ ବସ୍ତିରୁ ଜଣେ, ଗଙ୍ଗନଗରରୁ ଜଣେ, ରସୁଲଗଡ଼ ପାଣ୍ଡରା ନିକଟ ବେସରକାରୀ ହସ୍ପିଟାରର ଜଣେ କର୍ମଚାରୀ, ନୂଆ ଏୟାରପୋର୍ଟ ଅଞ୍ଚଳରୁ ଜଣେ, ୟୁନିଟ୍-୪ରୁ ଜଣେ, ଆଇଆର୍‌ସି ଭିଲେଜ୍ ଏନ୍-୫ରୁ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।CGU newଏଥିସହ ଭୁବନେଶ୍ଵରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୨୮ରେ ପହଞ୍ଚିଛି। ସେଥିମଧ୍ୟରୁ ୮୬୩ ଜଣ ସୁସ୍ଥ ହୋଇଥିବା ବେଳେ ୯୫୨ଟି ଆକ୍ଟିଭ୍ କେସ୍ ରହିଛି। ସେହିପରି ରାଜଧାନୀରେ ୧୧ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।

Comment