ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜଧାନୀ ଭୁବନେଶ୍ୱରରେ କରୋନା ନିୟନ୍ତ୍ରଣ ପାଇଁ ଟ୍ରେସିଂ, ଟେଷ୍ଟିଂ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଦିନକୁ ୧୪୦୦ ଟେଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି ସୂଚନା ଦେଇଛନ୍ତି ବିଏମସିର କୋଭିଡ ପର୍ଯ୍ୟବେକ୍ଷକ ତଥା ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ।CGU new

ପ୍ରତି ଓ୍ୱାର୍ଡରେ ସଚେତକ କମିଟି କାମ କରୁଛି। ବସ୍ତିରେ ଆକ୍ଟିଭ୍ ସର୍ଭିଲାନ୍ସ ଟିମ୍ ଯାଞ୍ଚ୍ କରୁଛନ୍ତି । ବସ୍ତି ପାଇଁ ନିର୍ଦ୍ଧିଷ୍ଟ ଷ୍ଟଟେଜୀ ରହିଛି ବୋଲି ସେ କହିଛନ୍ତି। ଏହାଛଡ଼ା ସଚେତକ ଆପ୍‌ ମଧ୍ୟ କରାଯାଇଛି।

ଏବେ ସୁଦ୍ଧା ୬ଟି କୋଭିଡି କେୟାର ହୋମ୍‌ରେ ରହିଛି ୮୭୦ ଶଯ୍ୟା। କୋଭିଡି କେୟାର ହୋମରେ କରୋନା ସନ୍ଦିଗ୍ଧଙ୍କୁ ରଖାଯାଉଛି। ଆଉ ୧୫ ଶହ କୋଭିଡ ଶଯ୍ୟା ବଢ଼ାଇବା ପାଇଁ ଯୋଜନା କରାଯାଉଛି ବୋଲି ଅନୁ ଗର୍ଗ ସୂଚନା ଦେଇଛନ୍ତି। ତେବେ ଲକଡାଉନ ମାନନ୍ତୁ ଏବଂ ଭିଡ଼କୁ ନ ଯାଆନ୍ତୁ ବୋଲି ଅନୁ ଗର୍ଗ ଲୋକଙ୍କୁ ଅପିଲ କରିଛନ୍ତି।

Comment