ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

Aditya Padhi- japan

ସାରା ବିଶ୍ୱ ପାଇଁ ଏବେ ମୁଖ୍ୟ ଚିନ୍ତା ପାଲଟିଛି କରୋନା। ଦେଶ ବ୍ୟାପି ବଢ଼ିଚାଲିଛି ଆକ୍ରାନ୍ତ ଏବଂ ମୃତ୍ୟୁସଂଖ୍ୟା। ଏହାର ପ୍ରତିଷେଧକ ଖୋଜି ବାହାର କରିବା ପାଇଁ ଲାଗିଛନ୍ତି ସବୁ ଦେଶର ଡାକ୍ତର ଏବଂ ବୈଜ୍ଞାନିକ। ତେବେ ଜାପାନର ଏକ ଗବେଷଣା କେନ୍ଦ୍ରରେ କରୋନାକୁ ମାତ୍ ଦେବାପାଇଁ ଗବେଷଣା ଜାରି ରଖିଛନ୍ତି ଓଡ଼ିଶା ପୁଅ ଆଦିତ୍ୟ। ରାୟଗଡ଼ାର ଆଦିତ୍ୟ କୁମାର ପାଢ଼ୀ ଜାପାନର ‘ରିକେନ’ ଗବେଷଣା କେନ୍ଦ୍ରରେ କରୋନା ପ୍ରତିଷେଧକ ଉପରେ ଗବେଷଣା କରୁଛନ୍ତି।

ଆଣ୍ଟି ଇନଫୁଏଞ୍ଜାଲ ଔଷଧ ‘ୟୁମିଫେନୋଭିର’ ଉପରେ ଗବେଷଣା କରୁଛନ୍ତି ଆଦିତ୍ୟ। ଏହି ଔଷଧ କରୋନା ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆଣୁଥିବାର ସେ ସୂଚନା ଦେଇଛନ୍ତି। ତେବେ ବିନା କୌଣସି ପାର୍ଶ୍ୱ ପ୍ରତିକ୍ରିୟାରେ ଏହି ଔଷଧ କିପରି କରୋନା ଆକ୍ରନ୍ତଙ୍କ ସେବାରେ ଲାଗିପାରିବ ସେନେଇ ଗବେଷଣା ଜାରି ରହିଛି ବୋଲି କହିଛନ୍ତି ଆଦିତ୍ୟ।

CGU new

ଓଡ଼ିଶା ରାୟଗଡ଼ା ଜିଲ୍ଲାର ଗୋଦାବରୀଶନଗର ହେଉଛି ଡାକ୍ତର ଆଦିତ୍ୟ ପାଢ଼ୀଙ୍କ ଜନ୍ମସ୍ଥାନ। ବିଦ୍ୟୁତ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ଜଗନ୍ନାଥ ପାଢ଼ୀ ଏବଂ ପ୍ରେମଲତା ପାଢ଼ୀଙ୍କର ସେ ହେଉଛନ୍ତି ଏକମାତ୍ର ସନ୍ତାନ। ରାୟଗଡ଼ାରେ ବାୟୋଟେକ୍ନୋଲୋଜୀ ପଢ଼ା ଶେଷ କରି ସେ ଦିଲ୍ଲୀର ଭାରତୀୟ ପ୍ରଯୁକ୍ତି ବିଦ୍ୟା ଶିକ୍ଷାନୁଷ୍ଠାନରେ ଏହି ବିଷୟରେ ପିଏଚଡି କରିଥିଲେ। ଏହାପରେ ସେ ଜାପାନର ୟୋକୋହମା ସହରରେ ଥିବା ‘ରିକେନ’ ଗବେଷଣା କେନ୍ଦ୍ରରେ ୨୦୧୬ ମସିହାରେ ଯୋଗ ଦେଇଥିଲେ।

Aditya-Padhi

ତେବେ ଚାଇନା ଏବଂ ଋଷରେ ଏହି ଔଷଧ ‘ୟୁମିଫେନୋଭିର’କୁ ସ୍ୱୀକୃତି ପ୍ରଦାନ କରାଯାଇଥିବା ବେଳେ ଭାରତର ଇଣ୍ଡିଆନ ଡ୍ରଗ ରିସର୍ଚ୍ଚ ଇନଷ୍ଟିଚୁଟ୍‍ ଠାରେ ଏହା କ୍ଲିନିକାଲ ଟ୍ରାଏଲର ତୃତୀୟ ଷ୍ଟେଜରେ ପହଞ୍ଚିସାରିଛି । ଏହି ତୃତୀୟ ପର୍ଯ୍ୟାୟରେ ଉତ୍ତୀର୍ଣ୍ଣ ହେଲା ପରେ ସରକାରଙ୍କଠାରୁ ଦେଶରେ କରୋନା ମହାମାରୀ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଏହି ଔଷଧ ବ୍ୟବହାର କରିବାର ସୀକୃତି ମିଳିପାରିବ ବୋଲି କହିଛନ୍ତି ଡାକ୍ତର ଆଦିତ୍ୟ କୁମାର ପାଢ଼ୀ।

Comment