ଓଡିଶାଲାଇଭ୍ କରୋନା ବ୍ୟୁରୋcorona test 1

କଟକ ସହରରେ କରୋନା ସଂକ୍ରମଣ କମିବାର ନାଁ ଧରୁନି। ଆଜି ସହରରୁ ପୁଣି ୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୪୯ ଜଣ କ୍ଵାରେଣ୍ଟାଇନ୍‌ରୁ ଏବଂ ୮ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।

ଆଜି ଦରଘା ବଜାର, ବେହେରା ସାହି ମାଲଗୋଦାମ, ରେଭେନ୍ସା ୟୁନିଭର୍ସିଟି, ଶଙ୍କରପୁର, ତୁଳସୀପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ଓଡ଼ିଆ ବଜାରରୁ ଜଣେ କରୋନା ଯୋଦ୍ଧାଙ୍କ ସମେତ ଆଉ ୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ସ୍ଥାନୀୟ ସଂକ୍ରମିତ ବୋଲି ସିଏମ୍‌ସି ପକ୍ଷରୁ ସୂଚନା ମିଳିଛି।

 ସେହିପରି ହୋମ୍ କ୍ଵାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖଟବିନ ସାହିରୁ ସର୍ବାଧିକ ୧୪ ଜଣ ଆକ୍ରାନ୍ତ ଅଛନ୍ତି। ଏଥିସହ ପୁରୁଣା ରାଉସାପାଟଣାରୁ ୧୧ ଜଣ, ଶେଖ୍ ବଜାରରୁ ୮ ଜଣ, ତନ୍ତି ସାହିରୁ ୨ ଜଣ, ଷଷ୍ଠ ବାଟାଲିୟନରୁ ଜଣେ ଆକ୍ରାନ୍ତ ଥିବା ସିଏମ୍‌ସି ପକ୍ଷରୁ ସୂଚନା ମିଳିଛି।

ବର୍ତ୍ତମାନ ସୁଦ୍ଧା କଟକ ସହରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୭୧ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୨୯୬ ଜଣ ସୁସ୍ଥ ହୋଇଥିବା ବେଳେ ୩୬୭ ଜଣ ଚିକିତ୍ସାଧୀନ ଅଛନ୍ତି। ଏଥିସହ ସହରରେ ୮ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।

Comment