ଓଡ଼ିଶାଲାଇଭ୍‌ ବ୍ୟୁରୋ

‘‘ଭାରତ ଅନେକ ଯୁଦ୍ଧର ସାମ୍ନା କରିଛି। ସେମଧ୍ୟରୁ କାରଗିଲ ଯୁଦ୍ଧ ଅନ୍ୟତମ। ସେହି ଯୁଦ୍ଧରେ ଅନେକ ବୀର ଯବାନ ପ୍ରାଣବଳୀ ଦେଇ ବିଜୟ ହାସଲ କରିଥିଲେ। ଆଜି ବି ଦେଶ କରୋନା ସହ ଯୁଦ୍ଧ ଲଢ଼ୁଛି। କାରଗିଲ ଭଳି ଏ ଯୁଦ୍ଧି ବି ଭାରତ ଜିତିବ ଆଉ କରୋନା ହାରିବ’’ ,‘ମନ କି ବାତ’ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରି ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

ଅନ୍ୟ ଦେଶ ତୁଳନାରେ ଆମ ଦେଶରେ କରୋନା ସୁସ୍ଥହାର ଭଲ ଅଛି। କରୋନା ମୃତ୍ୟୁହାର ବି ଅଧିକାଂଶ ଦେଶ ଅପେକ୍ଷା ଭଲ ଅଛି। କିନ୍ତୁ ବିପଦ ଟଳିନି, ଆମକୁ ଆହୁରି ସତର୍କ ରହିବାକୁ ହେବ ବୋଲି ମୋଦୀ କହିଛନ୍ତି।

ସମସ୍ତଙ୍କୁ ସଫାସୁତୁରା ରହିବା ସହିତ ସାମାଜିକ ଦୂରତା ପାଳନ କରିବା, ମାସ୍କ ପିନ୍ଧିବାକୁ ମୋଦି ଅପିଲ କରିଛନ୍ତି।

‘‘ଯୁବପିଢ଼ିଙଢ଼୍କ ଅବଦାନରେ ଦେଶ  ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି। ଗ୍ରାମଞ୍ଚଳ ଓ ସହରାଞ୍ଚଳରେ  ଯୁବପିଢ଼ିଙ୍କ ଦକ୍ଷତା ପ୍ରତିପାଦିତ ହେଉଛି’’ କହିଛନ୍ତି ମୋଦୀ।

ସେହିପରି ମୋଦୀ ଦେଶବାସୀଙ୍କୁ କାରଗିଲ ବିଜୟ ଦିବସର ଶୁଭେଚ୍ଛା ଜଣାଇବା ସହିତ ବୀର ଯବାନଙ୍କ ସାହସ ଓ ପରାକ୍ରମକୁ ମନେ ପକାଇଛନ୍ତି।  ଏହି ଅବସରରେ ମୋଦୀ ପାକିସ୍ତାନକୁ କଡ଼ା ସମାଲୋଚନା କରିଛନ୍ତି।

‘‘ବିନା କାରଣରେ ଶତ୍ରୁତା କରିବା ଦୁଷ୍ଟ ସ୍ୱଭାବର ଲକ୍ଷଣ। ପାକିସ୍ତାନ ସେ ସମୟରେ ତାହା କରିଥିଲା। ପଛ ପଟୁ ଛୁରୀ ଭୁସିବାକୁ ଉଦ୍ୟମ କରିଥିଲା। ଭାରତୀୟ ଯବାନ ଏହାର କଡ଼ା ଯବାବ ଦେଇଥିଲେ’’, କହିଛନ୍ତି ମୋଦୀ।

ଏଥିସହ କାରଗିଲ ବିଜୟ ଦିବସରେ ପୂର୍ବତନ ପ୍ରାଧନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ମୋଦୀ ମନେ ପକାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଏହାପୂର୍ବରୁ  ଜୁନ୍ ୨୮ରେ ‘ମନ୍ କି ବାତ୍‌’ ମାଧ୍ୟମରେ ଦେଶକୁ ସମ୍ବୋଧିତ କରିଥିଲେ। ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ଚୀନ ଆକ୍ରମଣ, ଲକଡାଉନ୍ ଏବଂ କରୋନା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଜନସାଧାରଣଙ୍କ ସହ ନିଜର ମତ ବାଣ୍ଟିଥିଲେ।

Comment