ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ ଏସ୍‌ସିବି ମେଡିକାଲରେ ବର୍ତ୍ତମାନ ସୁଦ୍ଧା ୧୮ ଜଣଙ୍କଠାରୁ ୩୬ ୟୁନିଟ ପ୍ଲାଜମା ସଂଗ୍ରହ ହେଲାଣି। ୩୦ ୟୁନିଟ ପ୍ଲାଜମା ବିଭିନ୍ନ କୋଭିଡ ହସ୍ପିଟାଲକୁ ପଠାଯାଇଛି। ଆଉ ୬ ୟୁନିଟ ପ୍ଲାଜମା ସଂରକ୍ଷିତ ଅଛି। ଏ ନେଇ ସୂଚନା ଦେଇଛନ୍ତି ଏସ୍‌ସିବିର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବବାନନ୍ଦ ମହାରଣା।

‘‘ରାଜ୍ୟରେ ପ୍ଲାଜମା ଥେରାପିରୁ ସୁଫଳ ମିଳିଛି। ଆଗକୁ ପ୍ଲାଜମା ସଂଗ୍ରହ ଜାରି ରହିବ। ଆଜି ଆଉ ଦୁଇ ଜଣ ପ୍ଲାଜମା ଦାନ କରିବେ’’, କହିଛନ୍ତି ଡାକ୍ତର ମହାରଣା।

ଏହାଛଡ଼ା ଏସ୍‌ସିବିରେ ଆଇସୋଲେସନ ଓ୍ୱାର୍ଡର ଅବ୍ୟବସ୍ଥାକୁ ମଧ୍ୟ ସେ ସ୍ୱୀକାର କରିବା ସହ ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି।

ଏସ୍‌ସିବି ମେଡିକାଲର ସୁନାମ ସାରାଦେଶରେ ରହିଛି। ଏହାକୁ କ୍ଷୁଣ୍ଣ ହେବାକୁ ଦିଆଯିବନି ବୋଲି କହିଛନ୍ତି ଡାକ୍ତର ମହାରଣା।

Comment