ଓଡିଶାଲାଇଭ୍ କରୋନା ବ୍ୟୁରୋ

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ଅନୁପାତରେ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଆଜି ପୁଣି ୫ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏଥିସହ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୧୫୯ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆଜି ଗଞ୍ଜାମ, ଫୁଲବାଣୀ, ମାଲକାନଗିରି, ପୁରୀ ଓ ବାଲେଶ୍ଵରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।

ବାଲେଶ୍ଵରର ୪୬ ବର୍ଷୀୟ ପୁରୁଷ, ପୁରୀର ୫୫ ବର୍ଷୀୟ ମହିଳା, ଫୁଲବାଣୀର ୫୦ ବର୍ଷୀୟ ପୁରୁଷ, ମାଲକାନଗିରିର ଜଣେ ୬୨ ବର୍ଷୀୟ ମହିଳା ଏବଂ ଗଞ୍ଜାମର ୬୦ ବର୍ଷୀୟ ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏଥିସହ ଗଞ୍ଜାମରେ ମୋଟ ମୃତ୍ୟୁ ସଂଖ୍ୟା ୮୬କୁ ବୃଦ୍ଧି ପାଇଛି।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୯,୧୭୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୮,୦୬୧ ଜଣ ସୁସ୍ଥ ହୋଇଥିବା ବେଳେ ୧୦,୯୧୯ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Comment