ଓଡିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଜିଲ୍ଲାର ପ୍ରାୟ ସମସ୍ତ ଅଞ୍ଚଳରେ କରୋନା ସଂକ୍ରମଣ ବ୍ୟାପିଲାଣି। ଆଜି ୨୪ ଜଣ ପଜିଟିଭ୍‌ଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୫୮ରେ ପହଞ୍ଚିଛି। ସେଥିମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନସୁଦ୍ଧା ୩୯୪ ଜଣ ସୁସ୍ଥ ହୋଇଥିବା ବେଳେ ୧୬୨ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି।

ତେବେ ଜିଲ୍ଲାରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଲୋକମାନଙ୍କ ମଧ୍ୟରେ ସଚେତନତା ହ୍ରାସ ପାଇଛି। କରୋନା କଟକଣାକୁ ଅନେକ ଲୋକ ମାନୁନଥିବା ଦେଖିବାକୁ ମିଳୁଛି। ଏଥିସହ ପ୍ରଶାସନିକ ବ୍ୟବସ୍ଥାରେ ମଧ୍ୟ ଶିଥିଳତା ଦେଖାଯାଉଛି।

ସମନ୍ୱୟରେ ସାମାନ୍ୟତମ ଅଭାବ ଓ ବ୍ୟତିକ୍ରମ କରୋନା ଭୂତାଣୁ ବିରୋଧି ଅଭିଯାନକୁ ଯେ, ନିଶ୍ଚୟ ପ୍ରଭାବିତ କରିବ, ଏକଥା ସମସ୍ତେ ବୁଝିବା ଜରୁରୀ।

Comment