ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ଅଗଷ୍ଟ ୫ରେ ଭୂମି ପୂଜନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗ ଦେବେ। ମୋଦୀ ପାଇଁ ଏବେଠାରୁ ଅଯୋଧ୍ୟାରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଉଛି।

ଏଥିସହ ଏହି କାର୍ଯ୍ୟକ୍ରମରେ ଆତଙ୍କବାଦୀ ଆକ୍ରମଣ ଅନୁମାନ କରାଯାଉଛି। ଏନେଇ ଗୁଇନ୍ଦା ବିଭାଗ ସୂଚନା ଦେଇଛି।  ଗୁଇନ୍ଦା ବିଭାଗର ଆଲର୍ଟ ପରେ ଉତ୍ତରପ୍ରଦେଶରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି।

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଏସପିଜି ଦଳ ଅଗଷ୍ଟ ୧ ଅଯୋଧ୍ୟାରେ ପହଞ୍ଚିବେ। ଏସପିଜି ଦଳ ସମସ୍ତ ପ୍ରସ୍ତୁତି ଏବଂ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବେ। ମୋଦୀଙ୍କ ସୁରକ୍ଷା ପାଇଁ ତ୍ରିସ୍ତରୀୟ ସୁରକ୍ଷା ପ୍ରସ୍ତୁତ କରାଯାଉଛି। ଏହା ବ୍ୟତୀତ ସ୍ଥାନେ ସ୍ଥାନେ ସୁରକ୍ଷାକର୍ମୀ ମୁତୟନ ହେବେ।

Comment