ଓଡିଶାଲାଇଭ୍ କରୋନା ବ୍ୟୁରୋcorona case

  • ଦିନକରେ ସର୍ବାଧିକ ୫୫,୦୭୯ ଆକ୍ରାନ୍ତ ଚିହ୍ନଟ, ୭୭୯ ମୃତ
  • ମୋଟ ୧୬,୩୮,୮୭୧ ଜଣ ଆକ୍ରାନ୍ତ ଚିହ୍ନଟ
  • ମୃତ୍ୟୁସଂଖ୍ୟା ୩୫,୭୪୭କୁ ବୃଦ୍ଧି

ଦେଶରେ କରୋନା ସଂକ୍ରମଣ କମିବାର ନାଁ ଧରୁନି। ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୫୫,୦୭୯ ଆକ୍ରାନ୍ତ ଚିହ୍ନଟ ହେବା ଫଳରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୧୬ ଲକ୍ଷ ପାର୍ କରିଛି। ଏନେଇ କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

ସ୍ଵାସ୍ଥ୍ୟ ମନ୍ତ୍ରାଳୟର ତାଜା ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୭୭୯ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏଥିସହ କରୋନାଜନିତ ମୃତ୍ୟୁସଂଖ୍ୟା ୩୫,୭୪୭କୁ ବୃଦ୍ଧି ପାଇଛି। ସେହିପରି ବର୍ତ୍ତମାନ ସୁଦ୍ଧା ଦେଶରେ ୧୬,୩୮,୮୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୫,୪୫,୩୧୮ଟି ଆକ୍ଟିଭ୍ କେସ୍ ଥିବା ବେଳେ ୧୦,୫୭,୮୦୫ ଜଣ ସୁସ୍ଥ ହୋଇଛନ୍ତି।corona case-2ମହାରାଷ୍ଟ୍ରରେ ସର୍ବାଧିକ ୧୪,୭୨୯ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ସେହିପରି ଦିଲ୍ଲୀରେ ୩୯୩୬ ଜଣ, ତାମିଲନାଡୁରେ ୩୮୩୮ ଜଣ ଓ ଗୁଜରାଟରେ ୨୪୧୮ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

Comment