ଓଡିଶାଲାଇଭ୍ କରୋନା ବ୍ୟୁରୋcorona case-2

ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ସଙ୍ଗୀନ ହେଉଛି। ଶୁକ୍ରବାର ଆଉ ୮ ଜଣ କରୋନା ଆକ୍ରାନ୍ତଙ୍କ ଜୀବନ ଯାଇଛି। ଏଥିସହ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୧୭୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆଜି ଗଞ୍ଜାମରୁ ୪ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହି ୪ ମୃତକଙ୍କ ବୟସ ଯଥାକ୍ରମେ ୮୧,୪୯,୭୩ ଓ ୪୫ ବର୍ଷ ବୋଲି ସୂଚନା ମିଳିଛି। ଏଥିସହ ଗଞ୍ଜାମର ମୋଟ ମୃତ୍ୟୁସଂଖ୍ୟା ୯୪ରେ ପହଞ୍ଚିଛି।ସେହିପରି ଆଜି ନୟାଗଡ଼ର ଜଣେ ୮୨ ବର୍ଷୀୟ ମହିଳା, ଗଜପତିର ଜଣେ ୫୮ ବର୍ଷୀୟ ମହିଳା, ସୁନ୍ଦରଗଡ଼ର ଜଣେ ୫୨ ବର୍ଷୀୟ ପୁରୁଷ ଏବଂ ଖୋର୍ଦ୍ଧାର ଜଣେ ୭୯ ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ଘଟିଛି।

ଆଜି ରାଜ୍ୟରେ ଆଉ ଏକ ଅଣକୋଭିଡ୍ ମୃତ୍ୟୁ ହୋଇଛି। ମୃତକ ଜଣକ କେନ୍ଦୁଝରର ଜଣେ ୧୨ ବର୍ଷୀୟ ନାବାଳିକା ବୋଲି ଜଣାପଡ଼ିଛି। ସେ କରୋନାରେ ଆକ୍ରାନ୍ତ ଥିଲେ ମଧ୍ୟ ଭିନ୍ନ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିସହ ରାଜ୍ୟରେ ଅଣକୋଭିଡ୍ ମୃତ୍ୟୁସଂଖ୍ୟା ୩୭କୁ ବୃଦ୍ଧି ପାଇଛି।

Comment