ଓଡିଶାଲାଇଭ୍ କରୋନା ବ୍ୟୁରୋcorona US

ଦେଶରେ କରୋନା ସଂକ୍ରମଣ ଅସମ୍ଭାଳ ସ୍ଥିତିରେ ପହଞ୍ଚିଲାଣି। ପ୍ରତିଦିନ ହଜାର ହଜାର ଲୋକ କରୋନାରେ ସଂକ୍ରମିତ ହେଉଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୫୭ ହଜାରରୁ ଉର୍ଦ୍ଧ୍ଵ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୭୬୪ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏନେଇ କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

ସ୍ଵାସ୍ଥ୍ୟ ମନ୍ତ୍ରାଳୟର ତାଜା ତଥ୍ୟ ଅନୁଯାୟୀ, ଶନିବାର ୫୭,୧୧୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬,୯୫,୯୮୮ରେ ପହଞ୍ଚିଛି। ସେଥିମଧ୍ୟରୁ ୧୦,୯୪,୩୭୪ ଜଣ ସୁସ୍ଥ ହୋଇଥିବା ବେଳେ ୫,୬୫,୧୦୩ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

ସେହିପରି ଦେଶରେ ବର୍ତ୍ତମାନ ସୁଦ୍ଧା ୩୬,୫୧୧ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୧୪,୯୯୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦିଲ୍ଲୀରେ ୩୯୬୫ ଜଣ, ତାମିଲନାଡୁରେ ୩୯୩୫ ଜଣ ଓ ଗୁଜରାଟରେ ୨୪୪୦ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।

Comment