ଓଡିଶାଲାଇଭ୍ ବ୍ୟୁରୋ

ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କରୋନା ପଜିଟିଭ୍ ଚିହ୍ନଟ ହେବାର କିଛି ସମୟ ପରେ ତାମିଲନାଡୁ ରାଜ୍ୟପାଳ ବନଓ୍ଵାରିଲାଲ ପୁରୋହିତ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି।

ତେବେ ତାଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇନାହିଁ। ଏବେ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତେଣୁ ତାଙ୍କୁ ହୋମ୍ ଆଇସୋଲେସନ୍‌ରେ ରହିବାକୁ ମେଡିକାଲ ପକ୍ଷରୁ ପରାମର୍ଶ ଦିଆଯାଇଥିବା ସୂଚନା ମିଳିଛି।

ଗତ କିଛି ଦିନ ଭିତରେ ତାମିଲନାଡୁ ରାଜଭବନରେ କାର୍ଯ୍ୟରତ ପ୍ରାୟ ୮୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

Comment