ଓଡିଶାଲାଇଭ୍ ବ୍ୟୁରୋ

ଦୀର୍ଘ ତିନି ଚାରି ମାସ ଧରି କରୋନା ମହାମାରୀ ଭିତରେ ବଞ୍ଚିବା ଯେତିକି କଷ୍ଟକର ହୋଇଛି ଏ ସଂକ୍ରାନ୍ତ ତଥ୍ୟ ଓ ସୂଚନା ପାଇବା ପାଇଁ ମଧ୍ୟ ଲୋକଙ୍କ ଆଗ୍ରହ ସେତିକି ବଢ଼ିଛି। ଆଉ କୋଭିଡ୍ ଡାଟା ଯୋଗାଇବାରେ ଓଡ଼ିଶା ଡ୍ୟାସବୋର୍ଡଟି ଏବେ ସମସ୍ତଙ୍କର ପ୍ରିୟ ହୋଇପାରିଛି।

କେବଳ ସାଧାରଣ ନେଟିଜେନ ନୁହଁନ୍ତି ହଜାର ହଜାର ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ନୀତିପ୍ରଣୟନକାରୀ ମଧ୍ୟ ଏହି ସାଇଟ୍‌କୁ ଯାଉଥିବା ଲକ୍ଷ୍ୟ କରାଯାଉଛି। ଅପଟୁଡେଟ୍ ଡାଟା ପାଇବା ପାଇଁ ଲକ୍ଷ ଲକ୍ଷ ଲୋକ ଏହି ଡ୍ୟାସବୋର୍ଡକୁ ଆସୁଥିବା ଜଣାପଡ଼ିଛି।

ଓଡ଼ିଶାର ଏହି କୋଭିଡ୍ ଡ୍ୟାସବୋର୍ଡ ବା ସୂଚନା ଫଳକ ଉଭୟ ଇଂରାଜୀ ଏବଂ ଓଡ଼ିଆ ଭାଷାରେ ଉପଲବ୍ଧ। ଖାଲି ସେତିକି ନୁହେଁ, ଏହା ଦେଖିବାକୁ ମଧ୍ୟ ଚମତ୍କାର। ଗୋଟିଏ ସ୍ଥାନରେ ସମସ୍ତ ସୂଚନା ମିଳିବା ବ୍ୟତୀତ ଏହା ରିୟଲ୍ ଟାଇମରେ ଅପଡେଟ୍ ହୋଇଥାଏ।

ଓକାକ ଦ୍ୱାରା ପ୍ରସ୍ତୁତ ଏହି ଡ୍ୟାସବୋର୍ଡ ଏପ୍ରିଲ ୨୨ରେ ଲାଇଭ୍ ହେଲା ଯେତେବେଳେ କି ଓଡ଼ିଶାରେ ମାତ୍ର ୯୦ଟି କୋଭିଡ୍ ମାମଲା ଥିଲା। ଏକ ଦଶ ଜଣିଆ ଟିମ୍ ଏହି ଡ୍ୟାସବୋର୍ଡକୁ ଚଳାଉଥିବା ବେଳେ ଏହା ରାଜ୍ୟ ସରକାରଙ୍କ ଆଇଟି ବିଭାଗ ଅଧୀନରେ କାର୍ଯ୍ୟ କରୁଛି।corona-1ଦେଶର ଶ୍ରେଷ୍ଠ କରୋନା ଡ୍ୟାସବୋର୍ଡର ମାନ୍ୟତା ପାଇଥିବା ଏହି ସୂଚନା ସାଇଟ୍‌କୁ ପ୍ରାୟ ୧୨୩ଟି ଦେଶର ଲୋକେ ଦେଖୁଥିବା ଜଣାପଡ଼ିଛି। ଏହି ଡ୍ୟାସବୋର୍ଡରେ ଦୈନିକ ୪୦ ହଜାର ହିଟ୍ ହେଉଥିବା କୁହାଯାଉଛି। ଏପରିକି ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ପାଇଁ ମଧ୍ୟ କରୋନା ଗବେଷଣା ସକାଶେ ଏହି ତଥ୍ୟ ସହାୟକ ହୋଇପାରିଛି।

ଓଡ଼ିଶାର ଏକମାତ୍ର ଭରସାଯୋଗ୍ୟ ଡ୍ୟାସବୋର୍ଡ ହେବା ପଛରେ ଟିମ୍‌ର ଅଧ୍ୟବସାୟ ହିଁ ମୂଳ ବୋଲି କହିଛନ୍ତି ଆଇଟି ସଚିବ ମନୋଜ କୁମାର ମିଶ୍ର।

LEAVE A REPLY

Please enter your comment!
Please enter your name here