ଓଡିଶାଲାଇଭ୍ ବ୍ୟୁରୋcorona case

  • ଦିନକରେ ୧୩୮୪ ପଜିଟିଭ୍ ଚିହ୍ନଟ
  • କ୍ଵାରେଣ୍ଟାଇନ୍‌ରୁ ୮୮୯ ଏବଂ ସ୍ଥାନୀୟ ଅଞ୍ଚଳରୁ ୪୯୫ ଆକ୍ରାନ୍ତ
  • ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭,୬୮୧କୁ ବୃଦ୍ଧି

ରାଜ୍ୟରେ ଆଜି ପୁଣି ୧୩୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ୮୮୯ ଜଣ କ୍ଵାରେଣ୍ଟାଇନ୍‌ ଚିହ୍ନଟ ହୋଇଥିବା ବେଳେ ୪୯୫ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ଏଥିସହ ରାଜ୍ୟରେ ମୋଟ ପଜିଟିଭ୍ ସଂଖ୍ୟା ୩୭ ହଜାର ଟପିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ରାଜ୍ୟର କରୋନା ହଟ୍‌ସ୍ପଟ୍ କୁହାଯାଉଥିବା ଗଞ୍ଜାମ ଓ ଖୋର୍ଦ୍ଧାରୁ ଆଜି ପୁଣି ଦୁଇ ଶହରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୮୮ ଆକ୍ରାନ୍ତ ଥିବା ବେଳେ ଖୋର୍ଦ୍ଧାରୁ ୨୦୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୧୨୧ ଜଣ, ଅନୁଗୁଳରୁ ୧୪ ଜଣ, ବାଲେଶ୍ଵରରୁ ୩୭ ଜଣ, ବରଗଡ଼ରୁ ୧୦ ଜଣ, ଭଦ୍ରକରୁ ୪୦ ଜଣ, ବଲାଙ୍ଗିରରୁ ୫ ଜଣ, ବୌଦ୍ଧରୁ ୨ ଜଣ, ଢେଙ୍କାନାଳରୁ ୫୧ ଜଣ, ଗଜପତିରୁ ୩୮ ଜଣ, ଜଗତସିଂହପୁରରୁ ୨୦ ଜଣ, ଯାଜପୁରରୁ ୩୯ ଜଣ, ଝାରସୁଗୁଡ଼ାରୁ ୩ ଜଣ, କଳାହାଣ୍ଡିରୁ ୪୭ ଜଣ, କନ୍ଧମାଳରୁ ୬୨ ଜଣ, କେନ୍ଦ୍ରାପଡ଼ାରୁ ୧୨ ଜଣ, କେନ୍ଦୁଝରରୁ ୬୬ ଜଣ, କୋରାପୁଟରୁ ୪୯ ଜଣ, ମାଲକାନଗିରିରୁ ୩୪ ଜଣ, ମୟୂରଭଞ୍ଜରୁ ୨୮ ଜଣ, ନବରଙ୍ଗପୁରରୁ ୨ ଜଣ, ନୟାଗଡ଼ରୁ ୩୧ ଜଣ, ନୂଆପଡ଼ାରୁ ୩ ଜଣ, ପୁରୀରୁ ୩୪ ଜଣ, ସମ୍ବଲପୁରରୁ ୮୨ ଜଣ, ସୋନପୁରରୁ ଜଣେ ଏବଂ ସୁନ୍ଦରଗଡ଼ରୁ ୬୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।corona vaccineଏଥିସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭,୬୮୧କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୨୩,୦୭୩ ଜଣ ସୁସ୍ଥ ହୋଇଥିବା ବେଳେ ୧୪,୩୫୦ ଜଣ ସକ୍ରିୟ ରୋଗୀ ଅଛନ୍ତି। ସେହିପରି ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୨୧୬ରେ ପହଞ୍ଚିଛି।

Comment