ଓଡିଶାଲାଇଭ୍ କରୋନା ବ୍ୟୁରୋcorona test 1

  • ଦିନକରେ ୫୨,୦୫୦ ଆକ୍ରାନ୍ତ, ୮୦୩ ମୃତ
  • ମୋଟ ପଜିଟିଭ୍ ସଂଖ୍ୟା ୧୮,୫୫,୭୪୬କୁ ବୃଦ୍ଧି
  • ମୋଟ ୩୮,୯୩୮ ଆକ୍ରାନ୍ତ ମୃତ

ଦେଶର କରୋନା ଗ୍ରାଫ୍‌ରେ ପ୍ରତିଦିନ ହଜାର ହଜାର ପଜିଟିଭ୍ ସାମିଲ ହେଉଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୫୨ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୦୩ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏନେଇ କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

ସ୍ଵାସ୍ଥ୍ୟ ମନ୍ତ୍ରାଳୟର ତାଜା ତଥ୍ୟ ଅନୁଯାୟୀ, ଆଜି ୫୨,୦୫୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାରି ସହିତ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮,୫୫,୭୪୬ରେ ପହଞ୍ଚିଛି। ସେଥିମଧ୍ୟରୁ ୫,୮୬,୨୯୮ଟି ଆକ୍ଟିଭ୍ କେସ୍ ଥିବା ବେଳେ ୧୨,୩୦,୫୦୯ ଜଣ ସୁସ୍ଥ ହୋଇଛନ୍ତି।

ସେହିପରି ଆଜି ପ୍ରାଣ ହରାଇଥିବା ଆକ୍ରାନ୍ତଙ୍କୁ ମିଶାଇ ଦେଶରେ କରୋନା ମୃତ୍ୟୁସଂଖ୍ୟା ୩୮,୯୩୮କୁ ବୃଦ୍ଧି ପାଇଛି।

Comment