ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦଶାହ ଭୋଜି ଖାଇ ୫୦ରୁ ଅଧିକ ଲୋକ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା କନ୍ଧ ନୟାଗଡ ଗ୍ରାମରେ ଘଟିଛି ଏହି ଘଟଣା।

କନ୍ଧ ନୟାଗଡ ଗ୍ରାମର ଜଣେ ପ୍ରଫୁଲ ପରିଡାଙ୍କ କିଛି ଦିନ ତଳେ ମୃତ୍ୟୁ ଘଟିଥିଲା। ମଙ୍ଗଳବାର ତାଙ୍କର ଦଶାହ କ୍ରିୟା ଭୋଜି ଥିଲା। ଏହି ଭୋଜି ଖାଇ ପ୍ରାୟ ୫୦ରୁ ଅଧିକ ଲୋକ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ତେବେ କୌଣସି କାରଣ ଯୋଗୁଁ ରନ୍ଧା ଯାଇଥିବା ଖାଦ୍ୟ ବିଷାକ୍ତ ହୋଇଥିବା କାରଣରୁ ଲୋକେ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି ।

ଅନ୍ୟପଟରେ ଜିଲ୍ଲାରେ ଏବେ କରୋନା କଟକଣା ରହିଛି। କଟକଣା ସତ୍ତ୍ୱେ ଏହି ଭୋଜିରେ ଏତେ ସଂଖ୍ୟକ ଲୋକେ ସାମିଲ ହେଲା ବେଳେ ପୋଲିସ କିଭଳି ଜାଣିପାରିଲା ନାହିଁ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Comment