ଓଡିଶାଲାଇଭ୍ କରୋନା ବ୍ୟୁରୋCoronavirus blood test

  • ଦିନକରେ ପୁଣି ୧୩୩୭ ପଜିଟିଭ୍
  • କ୍ଵାରେଣ୍ଟାଇନ୍‌ରୁ ୮୧୫ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୫୨୨ ଜଣ ଚିହ୍ନଟ
  • ମୋଟ ପଜିଟିଭ୍ ସଂଖ୍ୟା ୩୯,୦୧୮କୁ ବୃଦ୍ଧି

ଆଜି ରାଜ୍ୟରେ ପୁଣି ୧୩୩୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ଵାରେଣ୍ଟାଇନ୍‌ରୁ ୮୧୫ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୫୨୨ ଜଣ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୩୯ ହଜାର ଟପିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆଜି ପୁଣି ଗଞ୍ଜାମରୁ ସର୍ବାଧିକ ୨୦୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୪ ଜଣ, ବାଲେଶ୍ଵରରୁ ୩୧ ଜଣ, ବରଗଡ଼ରୁ ୪୧ ଜଣ, ଭଦ୍ରକରୁ ୨୨ ଜଣ, ବଲାଙ୍ଗିରରୁ ୧୧ ଜଣ, ବୌଦ୍ଧରୁ ଜଣେ, କଟକରୁ ୧୬୮ ଜଣ, ଢେଙ୍କାନାଳରୁ ୫ ଜଣ, ଗଜପତିରୁ ୭୫ ଜଣ, ଜଗତସିଂହପୁରରୁ ୨୧ ଜଣ, ଯାଜପୁରରୁ ୨୪ ଜଣ, ଝାରସୁଗୁଡ଼ାରୁ ୧୦ ଜଣ, କଳାହାଣ୍ଡିରୁ ୧୩ ଜଣ, କନ୍ଧମାଳରୁ ୨୦ ଜଣ, କେନ୍ଦ୍ରାପଡ଼ାରୁ ୩୭ ଜଣ, କେନ୍ଦୁଝରରୁ ୮୦ ଜଣ, ଖୋର୍ଦ୍ଧାରୁ ୧୯୬ ଜଣ, କୋରାପୁଟରୁ ୩୧ ଜଣ, ମାଲକାନଗିରିରୁ ୩୮ ଜଣ, ମୟୂରଭଞ୍ଜରୁ ୧୫ ଜଣ, ନବରଙ୍ଗପୁରରୁ ୭ ଜଣ, ନୟାଗଡ଼ରୁ ୬୦ ଜଣ, ପୁରୀରୁ ୭୩ ଜଣ, ରାୟଗଡ଼ାରୁ ୨୨ ଜଣ, ସମ୍ବଲପୁରରୁ ୭୨ ଜଣ, ସୋନପୁରରୁ ୩ ଜଣ ଓ ସୁନ୍ଦରଗଡ଼ରୁ ୮୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯,୦୧୮ ଛୁଇଁଛି। ସେଥିମଧ୍ୟରୁ ୨୪,୪୮୨ ଜଣ ସୁସ୍ଥ ହୋଇଥିବା ବେଳେ ୧୪,୨୬୭ ଜଣ ଚିକିତ୍ସାଧୀନ ଅଛନ୍ତି।

Comment