ଓଡିଶାଲାଇଭ୍ କରୋନା ବ୍ୟୁରୋcorona US

ଆଜି ରାଜ୍ୟରେ ଆଉ ୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏଥିସହ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୨୨୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ୫୨ ବର୍ଷୀୟ ମହିଳା ଥିବା ବେଳେ ଅନ୍ୟ ୪ ଜଣ ପୁରୁଷ ଅଛନ୍ତି। ସେମାନଙ୍କର ବୟସ ଯଥାକ୍ରମେ ୪୨, ୫୩, ୫୯ ଓ ୬୩ ବର୍ଷ ବୋଲି ଜଣାପଡ଼ିଛି। ଏଥିସହ ଗଞ୍ଜାମରେ ମୋଟ ମୃତ୍ୟୁସଂଖ୍ୟା ୧୧୭ରେ ପହଞ୍ଚିଛି। ସେହିପରି ଆଜି ଖୋର୍ଦ୍ଧାର ଜଣେ ୬୦ ବର୍ଷୀୟ ମହିଳା, ସୁନ୍ଦରଗଡ଼ର ଜଣେ ୫୫ ବର୍ଷୀୟ ପୁରୁଷ, ଗଜପତିର ଜଣେ ୨୭ ବର୍ଷୀୟ ଯୁବକ ଏବଂ କେନ୍ଦୁଝରର ଜଣେ ୨୧ ବର୍ଷୀୟ ଯୁବକଙ୍କର ମୃତ୍ୟୁ ଘଟିଛି।

ଏଥିସହ ଆଜି ରାଜ୍ୟରେ ଦୁଇଟି ଅଣ କୋଭିଡ୍ ମୃତ୍ୟୁ ହୋଇଛି। ମୃତକମାନେ କରୋନାରେ ଆକ୍ରାନ୍ତ ଥିଲେ ମଧ୍ୟ ଭିନ୍ନ କାରଣରୁ ସେମାନଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

Comment