ଓଡିଶାଲାଇଭ୍ କରୋନା ବ୍ୟୁରୋcorona case-2

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ସେହି ଅନୁପାତରେ ବଢ଼ିଚାଲିଛି କରୋନାଜନିତ ମୃତ୍ୟୁସଂଖ୍ୟା। ଆଜି ପୁଣି ୮୫୭ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏଥିସହ ଦେଶରେ କରୋନା ମୃତ୍ୟୁସଂଖ୍ୟା ୩୯ ହଜାର ପାର୍ କରିଛି। ଏନେଇ କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

ସ୍ଵାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୫୨,୫୦୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯,୦୮,୨୫୫ରେ ପହଞ୍ଚିଛି। ସେଥିମଧ୍ୟରୁ ୧୨,୮୨,୨୧୫ ଜଣ ସୁସ୍ଥ ହୋଇଥିବା ବେଳେ ୫,୮୬,୨୪୪ଟି ଆକ୍ଟିଭ୍ କେସ୍ ରହିଛି।ବର୍ତ୍ତମାନ ସୁଦ୍ଧା ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୩୯,୭୯୫ରେ ପହଞ୍ଚିଛି। ମହାରାଷ୍ଟ୍ରରେ ସର୍ବାଧିକ ୧୬,୧୪୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିପରି ତାମିଲନାଡୁରେ ୪୩୪୯ ଜଣ, ଦିଲ୍ଲୀରେ ୪୦୩୩ ଜଣ ଓ ଗୁଜରାଟରେ ୨୫୩୩ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

Comment