ଓଡିଶାଲାଇଭ୍ ବ୍ୟୁରୋ

କରୋନା ମହାମାରୀ ସାଧାରଣ ଜନଜୀବନକୁ ଭୀଷଣ ଭାବେ ପ୍ରଭାବିତ କରିଛି। ଭୟ ଓ ଆଶଙ୍କା ଭିତରେ ବିତୁଛି ଜୀବନ ଜୀବିକା। କେତେବେଳେ ଲକ୍‌ଡାଉନ୍ ତ ତ ପୁଣି କେତେବେଳେ ସଟ୍‌ଡାଉନ୍। ଏଭଳି କଠିନ ସମୟରେ ନୟାଗଡ଼ ସହରର ଅନେକ ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ରେଡ୍‌କ୍ରସ୍ ଫୋରମ୍ ସ୍ଵେଚ୍ଛାସେବୀ ବିଭୂତି ଭୂଷଣ ପଟ୍ଟନାୟକ ଓ ତାଙ୍କ ସହଯୋଗୀମାନେ ମାନବିକତାର ଉଦାହରଣ ସୃଷ୍ଟି କରିଛନ୍ତି।

କରୋନା କଟକଣା ଯୋଗୁଁ ଦୋକାନ, ବଜାର, ରାସ୍ତାଘାଟ ଶୂନଶାନ ହୋଇପଡ଼ୁଛି। ସଟ୍‌ଡାଉନ୍ ସମୟରେ ସହରରେ ହୋଟେଲ, ବଜାର ଏବଂ ଆହାର କେନ୍ଦ୍ରଗୁଡ଼ିକ ବନ୍ଦ ରହୁଛି। ଫଳରେ କୌଣସି ସ୍ଥାନରେ ଖାଦ୍ୟ ମୁଠାଏ ମିଳୁନି। ସେହି ସମୟରେ ଭିକ୍ଷୁକ, ମାନସିକ ବିକୃତ, ଗରିବ ତଥା ଅସହାୟ ଲୋକଙ୍କୁ ଖୋଜି ଖୋଜି ବିଭୂତି ଏବଂ ତାଙ୍କ ସହଯୋଗୀମାନେ ଭାତ, ଡାଲମା ଓ ଅଣ୍ଡା ସିଝା ଖାଇବାକୁ ଦେଉଛନ୍ତି।ଗୋଟିଏ ବାଇକ୍ ଓ ଗୋଟିଏ ସ୍କୁଟରରେ ରନ୍ଧା ଖାଦ୍ୟ ହାଣ୍ଡି ଧରି ସହରର ଗଳି କନ୍ଦିରେ ବିଭୂତିଙ୍କ ସ୍ଵେଚ୍ଛାସେବୀ ଦଳ ବୁଲୁଛନ୍ତି। ଅସହାୟ ଲୋକଙ୍କ ଭୋକିଲା ମୁହଁରେ ଦାନା ଦେଇ ଖୁସି ହେଉଛନ୍ତି ସେମାନେ। ଏପରି ମହତ କାର୍ଯ୍ୟ କେବଳ ସେମାନଙ୍କୁ ଖୁସି ଦେଉଛି ତାହା ନୁହେଁ ବରଂ ଏହା ଲୋକଙ୍କ ମଧ୍ୟରେ ମାନବବାଦର ବାର୍ତ୍ତା ଦେଉଥିବା ଅନେକ ମତ ଦେଇଛନ୍ତି।

Comment