ଓଡ଼ିଶାଲାଇଭ୍‌ ବ୍ୟୁରୋCoronavirus blood test

ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୪୦ ହଜାର ୬୯୯କୁ ବୃଦ୍ଧି ଘଟିଛି। ଗୋଟିଏ ଦିନରେ ୫୬ ହଜାର ୨୮୨ ଆକ୍ରାନ୍ତ ହୋଇଥିଲା ବେଳେ ୯୦୪ ଜଣଙ୍କ ମୃତ୍ୟୁ ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଫଳରେ କରୋନା ଆକ୍ରାନ୍ତ ସଂଖ୍ୟା ଦେଶରେ ୧୯ ଲକ୍ଷ ୬୪ ହଜାର ୫୩୭ ପହଞ୍ଚିଛି। ଏଥିମଧ୍ୟରେ ୫ ଲକ୍ଷ ୯୫ ହଜାର ସକ୍ରିୟ ମାମଲା ଥିବାବେଳେ ୧୩ ଲକ୍ଷ ୨୮ ହଜାରରୁ ଅଧିକ ଲୋକ ଆରୋଗ୍ୟ ଲାଭ କରିଛନ୍ତି।

ବ୍ରାଜିଲ ଆମେରିକା ପରେ କରୋନା ମହାମାରୀ ଦ୍ୱାରା ଭାରତ ସର୍ବାଧିକ ପ୍ରଭାବିତ ହୋଇଛି। ଭାରତରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର। ଏହାପରେ ଦିଲ୍ଲୀ, ତାମିଲନାଡୁ, ଗୁଜୁରାଟ ସବୁଟୁ ଅଧିକ ପ୍ରଭାବିତ ହୋଇଛି।

Comment