ଓଡିଶାଲାଇଭ୍ କରୋନା ବ୍ୟୁରୋCORONA POSITIVE

  • ଦିନକରେ ୧୮୩୩ ପଜିଟିଭ୍ ଚିହ୍ନଟ
  • କ୍ଵାରେଣ୍ଟାଇନ୍‌ରୁ ୧୧୧୮ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୭୧୫ ଜଣ ଆକ୍ରାନ୍ତ ଚିହ୍ନଟ
  • ମୋଟ ପଜିଟିଭ୍ ସଂଖ୍ୟା ୪୨,୫୫୦କୁ ବୃଦ୍ଧି

ରାଜ୍ୟରେ ଆଜି ସବୁ ରେକର୍ଡ ଭାଙ୍ଗିଛି କରୋନା ପଜିଟିଭ୍ ସଂଖ୍ୟା। ଗୋଟିଏ ଦିନରେ ୨୯ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୮୩୩ ଜଣ ନୂଆ ଆକ୍ରାନ୍ତ। ସେଥିମଧ୍ୟରୁ କ୍ଵାରେଣ୍ଟାଇନ୍‌ରୁ ୧୧୧୮ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୭୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୨ ହଜାର ପାର୍ କରିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆଜି ଗଞ୍ଜାମକୁ ପଛରେ ପକାଇ ଖୋର୍ଦ୍ଧା ଜିଲ୍ଲା ନୂଆ ରେକର୍ଡ କରିଛି। ଖୋର୍ଦ୍ଧାରୁ ୨୯୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରୁ ୨୭୯ ଜଣ ଆକ୍ରାନ୍ତ ଅଛନ୍ତି। ସେହିପରି ରାୟଗଡ଼ାରୁ ୧୫୨ ଜଣ, କଟକରୁ ୧୨୪ ଜଣ, ସୁନ୍ଦରଗଡ଼ରୁ ୧୧୦ ଜଣ, ଅନୁଗୁଳରୁ ୯ ଜଣ, ବାଲେଶ୍ଵରରୁ ୬୯ ଜଣ, ବରଗଡ଼ରୁ ୮ ଜଣ, ଭଦ୍ରକରୁ ୫୦ ଜଣ, ବଲାଙ୍ଗିରରୁ ୩୭ ଜଣ, ବୌଦ୍ଧରୁ ୩୪ ଜଣ, ଢେଙ୍କାନାଳରୁ ୪୩ ଜଣ, ଗଜପତିରୁ ୩୫ ଜଣ, ଜଗତସିଂହପୁରରୁ ୧୬ ଜଣ, ଯାଜପୁରରୁ ୬୦ ଜଣ, ଝାରସୁଗୁଡ଼ାରୁ ୩୦ ଜଣ, କଳାହାଣ୍ଡିରୁ ୮୪ ଜଣ, କନ୍ଧମାଳରୁ ୧୬ ଜଣ, କେନ୍ଦ୍ରାପଡ଼ାରୁ ୩୪ ଜଣ, କେନ୍ଦୁଝରରୁ ୧୬ ଜଣ, କୋରାପୁଟରୁ ୪୭ ଜଣ, ମାଲକାନଗିରିରୁ ୩୬ ଜଣ, ମୟୂରଭଞ୍ଜରୁ ୩୪ ଜଣ, ନବରଙ୍ଗପୁରରୁ ୧୧ ଜଣ, ନୟାଗଡ଼ରୁ ୬୧ ଜଣ, ପୁରୀରୁ ୬୭ ଜଣ, ସମ୍ବଲପୁରରୁ ୩୯ ଜଣ ଓ ସୋନପୁରରୁ ୩୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଆଜିର ଆକ୍ରାନ୍ତଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୨,୫୫୦ ଛୁଇଁଛି। ସେଥିମଧ୍ୟରୁ ୨୬,୮୮୭ ଜଣ ସୁସ୍ଥ ହୋଇଥିବା ବେଳେ ୧୫,୩୭୦ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Comment