ଓଡିଶାଲାଇଭ୍ କରୋନା ବ୍ୟୁରୋcorona US

ଆଜି ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ସମସ୍ତ ରେକର୍ଡ ଭାଙ୍ଗିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ରେକର୍ଡ କରିଛି। ଆଜି ସର୍ବାଧିକ ୧୨ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏଥିସହ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୨୪୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆଜି ଗଞ୍ଜାମରୁ ୩ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ମୃତକମାନେ ପୁରୁଷ ଏବଂ ସେମାନଙ୍କ ବୟସ ଯଥାକ୍ରମେ ୬୨,୫୨ ଓ ୫୦ ବର୍ଷ ବୋଲି ଜଣାପଡ଼ିଛି। ଏଥିସହ ଜିଲ୍ଲାରେ ମୋଟ କରୋନା ମୃତ୍ୟୁସଂଖ୍ୟା ୧୨୩କୁ ବୃଦ୍ଧି ପାଇଛି।ସେହିପରି ସୁନ୍ଦରଗଡ଼ରେ ତିନି ଜଣ ପୁରୁଷ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ବୟସ ୭୭ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କର ବୟସ ୬୬ ବର୍ଷ ବୋଲି ସୂଚନା ମିଳିଛି।

ଏଥିସହ ଆଜି ମୟୂରଭଞ୍ଜରେ ପ୍ରଥମ କରୋନା ମୃତ୍ୟୁ ଘଟିଛି। ମୃତକ ଜଣକ ୫୫ ବର୍ଷୀୟ ପୁରୁଷ ବୋଲି ଜଣାପଡ଼ିଛି। ସେହିପରି ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ପ୍ରଥମ କରୋନା ମୃତ୍ୟୁ ହୋଇଛି। ମୃତକ ଜଣକ ୬୧ ବର୍ଷୀୟ ପୁରୁଷ ବୋଲି ସୂଚନା ମିଳିଛି। ଏହା ସହିତ କେନ୍ଦ୍ରାପଡ଼ାର ଜଣେ ୩୬ ବର୍ଷୀୟ ଯୁବକ, ସମ୍ବଲପୁରର ଜଣେ ୭୮ ବର୍ଷୀୟ ମହିଳା, ଭଦ୍ରକର ଜଣେ ୫୫ ବର୍ଷୀୟ ପୁରୁଷ ଓ ଗଜପତିର ଜଣେ ୩୪ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି।ଆଜିର ମୃତକଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୨୪୭କୁ ବୃଦ୍ଧି ପାଇଛି।

Comment