ଓଡିଶାଲାଇଭ୍ କରୋନା ବ୍ୟୁରୋcorona positive

  • ଦିନକରେ ୬୨,୫୩୮ ଜଣ ଆକ୍ରାନ୍ତ, ୮୮୬ ମୃତ
  • ୧୩,୭୮,୧୦୫ ଜଣ ସୁସ୍ଥ, ୬,୦୭,୩୮୪ଟି ଆକ୍ଟିଭ୍ କେସ୍
  • ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦,୨୭,୦୭୫ ଏବଂ ମୃତ୍ୟୁସଂଖ୍ୟା ୪୧,୫୮୫କୁ ବୃଦ୍ଧି

ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ନେଉନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୬୨ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଲକ୍ଷ ପାର୍ କରିଛି। ଏନେଇ କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

ସ୍ଵାସ୍ଥ୍ୟ ମନ୍ତ୍ରାଳୟର ତାଜା ତଥ୍ୟ ଅନୁସାରେ ଆଜି ୬୨,୫୩୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୮୬ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦,୨୭,୦୭୫ରେ ପହଞ୍ଚିଛି। ସେଥିମଧ୍ୟରୁ ୧୩,୭୮,୧୦୫ ଜଣ ସୁସ୍ଥ ହୋଇଥିବା ବେଳେ ୬,୦୭,୩୮୪ଟି ଆକ୍ଟିଭ୍ କେସ୍ ରହିଛି।ସେହିପରି ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୪୧,୫୮୫କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୧୬,୭୯୨ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ସେହିପରି ତାମିଲନାଡୁରେ ୪୫୭୧ ଜଣ, ଦିଲ୍ଲୀରେ ୪୦୫୯ ଜଣ ଏବଂ କର୍ଣ୍ଣାଟକରେ ୨୮୯୭ ଜଣ ପ୍ରାଣ ହରାଇଛନ୍ତି।

Comment