ଓଡିଶାଲାଇଭ୍ ବ୍ୟୁରୋcorona-1

ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଡାକ୍ତରଖାନା, ଅଫିସ୍, ଜେଲ୍ ଆଦିରୁ କରୋନା ପଜିଟିଭ୍ ଚିହ୍ନଟ ହେବା ନେଇ ଚିନ୍ତା ବଢ଼ିଛି। ଆଜି ପାରଳାଖେମୁଣ୍ଡି ସବ୍ ଜେଲ୍‌ର ଜେଲରଙ୍କ ସମେତ ୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ଗଜପତି ଜିଲ୍ଲାପାଳ ଅନୁପମ ଶାହା ସୂଚନା ଦେଇଛନ୍ତି।

ପାରଳାଖେମୁଣ୍ଡି ଜେଲର, ଜଣେ କର୍ମଚାରୀ ଏବଂ ୪ ଅନ୍ତେବାସୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯିବା ସହ ଜେଲ୍ ପରିସରକୁ ବିଶୋଧନ କରାଯିବ ବୋଲି ସୂଚନା ମିଳିଛି।ବର୍ତ୍ତମାନ ସୁଦ୍ଧା ଗଜପତିରୁ ୧୯୮୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୩୭୪ ଜଣ ସୁସ୍ଥ ହୋଇଥିବା ବେଳେ ୫୯୮ ଜଣ ସକ୍ରିୟ ଅଛନ୍ତି। ଏଥିସହ ୧୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

Comment