ଓଡ଼ିଶାଲାଇଭ୍‌ ବ୍ୟୁରୋRajnathSingh-2

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବ ଭାରତ। ପ୍ରତିରକ୍ଷା କ୍ଷେତ୍ରର ୧୦୧ଟି ଉପକରଣ ଭାରତରେ ନିର୍ମାଣ ହେବ। ୨୦୨୦ରୁ ୨୦୨୪ ମଧ୍ୟରେ ଦେଶରେ ଏହା ଲାଗୁ କରିବାକୁ ଯୋଜନା ରଖାଯାଇଛି।  ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ରବିବାର ଏହି ବଡ଼ ଘୋଷଣା କରିଛନ୍ତି। ଟୁଇଟ କରି ରାଜନାଥ ସିଂ ଏହି ସୂଚନା ଦେଇଛନ୍ତି।

ଏଲଏସିରେ ଚୀନ ସହ ବିବାଦ ମଧ୍ୟରେ ରକ୍ଷାମନ୍ତ୍ରାଳୟର ଏଭଳି ଘୋଷଣା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି କହୁଯାଉଛି। କୋରୋନା ସଂକଟ ସମୟରେ ଦେଶର ଅର୍ଥନୀତିକୁ ସମୃଦ୍ଧ କରିବା ପାଇଁ କେନ୍ଦ୍ର ସରକାର କିଛି ଦିନ ପୂର୍ବରୁ ଆତ୍ମନିର୍ଭରଶୀଳ ଭାରତର ଆହ୍ୱାନ ଦେଇଥିଲେ।

ପ୍ରତିରକ୍ଷା ମନ୍ତ୍ରାଳୟ ସେହି ଆତ୍ମନିର୍ଭର ଭାରତ ପାଇଁ ଏକ ବଡ଼ ପଦକ୍ଷେପ ନେଇିଛି। ଭାରତ ବିଭିନ୍ନ ପ୍ରତିରକ୍ଷା ଉପକରଣ ଆମେରିକା, ଫ୍ରାନ୍ସ ଭଳି ଦେଶରୁ ଆଣିଥାଏ।

Comment