ଓଡିଶାଲାଇଭ୍ କରୋନା ବ୍ୟୁରୋcorona case

  • ଦିନକରେ ୧୫୨୮ ପଜିଟିଭ୍
  • କ୍ଵାରେଣ୍ଟାଇନ୍‌ରୁ ୯୪୮ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୫୮୦ ଜଣ ଆକ୍ରାନ୍ତ ଚିହ୍ନଟ
  • ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭,୪୫୫କୁ ବୃଦ୍ଧି

ଆଜି ରାଜ୍ୟର ୨୯ଟି ଜିଲ୍ଲାରୁ ଆଉ ୧୫୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ଵାରେଣ୍ଟାଇନ୍‌ରୁ ୯୪୮ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୫୮୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭ ହଜାର ଟପିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆଜି ଗଞ୍ଜାମରୁ ସର୍ବାଧିକ ୨୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୨୧୮ ଜଣ, ସମ୍ବଲପୁରରୁ ୧୬୮ ଜଣ, ସୁନ୍ଦରଗଡ଼ରୁ ୧୨୬ ଜଣ, ଢେଙ୍କାନାଳରୁ ୧୦୭ ଜଣ, କଟକରୁ ୭୨ ଜଣ, ଭଦ୍ରକରୁ ୭୦ ଜଣ, କୋରାପୁଟରୁ ୬୭ ଜଣ, ବଲାଙ୍ଗିରରୁ ୫୯ ଜଣ, ବାଲେଶ୍ଵରରୁ ୪୩ ଜଣ, ମାଲକାନଗିରିରୁ ୩୮ ଜଣ, ଯାଜପୁରରୁ ୩୩ ଜଣ, ନୟାଗଡ଼ରୁ ୩୨ ଜଣ, ଗଜପତିରୁ ୩୧ ଜଣ, କଳାହାଣ୍ଡିରୁ ୩୧ ଜଣ, ରାୟଗଡ଼ାରୁ ୨୭ ଜଣ, ପୁରୀରୁ ୨୬ ଜଣ, ନବରଙ୍ଗପୁରରୁ ୨୩ ଜଣ, ମୟୂରଭଞ୍ଜରୁ ୨୨ ଜଣ, ଜଗତସିଂହପୁରରୁ ୨୨ ଜଣ, କନ୍ଧମାଳରୁ ୧୭ ଜଣ, କେନ୍ଦ୍ରାପଡ଼ାରୁ ୧୭ ଜଣ, ଝାରସୁଗୁଡ଼ାରୁ ୯ ଜଣ, ଅନୁଗୁଳରୁ ୮ ଜଣ, ବୌଦ୍ଧରୁ ୭ ଜଣ, କେନ୍ଦୁଝରରୁ ୫ ଜଣ, ସୋନପୁରରୁ ୫ ଜଣ ଏବଂ ନୂଆପଡ଼ାରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭,୪୫୫କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩୧,୭୮୪ ସୁସ୍ଥ ହୋଇଥିବା ବେଳେ ୧୫,୩୩୪ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Comment