ଓଡିଶାଲାଇଭ୍ ବ୍ୟୁରୋ

  • ୬୨୦ ଆକ୍ରାନ୍ତ ସୁସ୍ଥ, ୮ ମୃତ
  • ପ୍ରଥମେ କରୋନା ଟେଷ୍ଟ, ପରେ ସ୍ୱାସ୍ଥ୍ୟ ସେବା

ନୟାଗଡ଼ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଉଛି। ଗତକାଲି ଜିଲ୍ଲାରୁ ୧୦୬ ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିଛି।

ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ତାଜା ତଥ୍ୟ ଅନୁଯାୟୀ ଆଜି ନୟାଗଡ଼ରୁ ୩୨ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୩ ଜଣ ପ୍ରାଣ ହରାଇଛନ୍ତି। ଏଥିସହିତ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୪୧କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୬୨୦ ଜଣ ସୁସ୍ଥ ହୋଇଥିବା ବେଳେ ୪୧୧ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ସେହିପରି ଆଜିର ମୃତକଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୮ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।ଯଦିଓ ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ଆରୋଗ୍ୟ ହେଉଛନ୍ତି ତଥାପି କରୋନା ସଂକ୍ରମଣ ଚିନ୍ତାଜନକ ସ୍ଥିତିରେ ରହିଛି। କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆ ପଦକ୍ଷେପ ଗ୍ରହଣ କରାଯାଉଛି। ଏଣିକି ଜିଲ୍ଲା ହସ୍ପିଟାଲକୁ ଆସୁଥିବା ସମସ୍ତ ରୋଗୀଙ୍କର ପ୍ରଥମେ କରୋନା ପରୀକ୍ଷା କରାଯିବ। ପରେ ଚିକିତ୍ସା ଏବଂ ଔଷଧ ଯୋଗାଇ ଦେବା ନିୟମ ଲାଗୁ କରିବାକୁ ଜିଲ୍ଲାପାଳ ଡକ୍ଟର ପୋମା ଟୁଡୁ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

Comment