ଓଡିଶାଲାଇଭ୍ ବ୍ୟୁରୋ

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କାମାକ୍ଷାନଗର ଏନ୍‌ଏସିକୁ ସଟ୍‌ଡାଉନ୍ ଘୋଷଣା କରାଯାଇଛି। ତିନି ଦିନ ପର୍ଯ୍ୟନ୍ତ ଏଠାରେ ସଟ୍‌ଡାଉନ୍ ଜାରି ହେବ ବୋଲି ଢେଙ୍କାନାଳ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଜିଲ୍ଲାପାଳଙ୍କ ସୂଚନା ଅନୁସାରେ କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଆଜି ଠାରୁ ଆସନ୍ତା ୧୨ ତାରିଖି ପର୍ଯ୍ୟନ୍ତ ସଟ୍‌ଡାଉନ୍ ରହିବ। ଏହି ସମୟରେ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିବ। କେବଳ ଜରୁରୀକାଳୀନ ସେବା ସହିତ ଔଷଧ ଦୋକାନଗୁଡ଼ିକ ଖୋଲା ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଆଜିଠାରୁ ଏହି କଟକଣା ଜାରି ହୋଇଛି। ତେଣୁ ଦୋକାନ ବଜାର ବନ୍ଦ ରହିଛି। ଏଥିସହ ବିଭିନ୍ନ ବଜାରରେ ତହସିଲଦାର ଏବଂ ପୋଲିସ ପକ୍ଷରୁ ଅମାନିଆଙ୍କୁ ଧରପଗଡ଼ କରାଯାଉଛି।ଢେଙ୍କାନାଳ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତାର ବଢ଼ିଚାଲିଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରୁ ୬୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୩୫୧ ଜଣ ସୁସ୍ଥ ହୋଇଥିବା ବେଳେ ୩୧୫ ଜଣ ସକ୍ରିୟ ଅଛନ୍ତି। ଜିଲ୍ଲାରେ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।

Comment