ଓଡିଶାଲାଇଭ୍ କରୋନା ବ୍ୟୁରୋcorona death

ଆଜି ରାଜ୍ୟରେ ଆଉ ୧୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ କରୋନାଜନିତ ମୃତ୍ୟୁସଂଖ୍ୟା ୨୯୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୩ ଜଣ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଗଞ୍ଜାମର ୩ ମୃତକଙ୍କ ବୟସ ଯଥାକ୍ରମେ ୫୨,୬୪ ଓ ୭୨ ବର୍ଷ ବୋଲି ସୂଚନା ମିଳିଛି। ଏଥିସହ ଗଞ୍ଜାମରେ ମୋଟ ମୃତ୍ୟୁସଂଖ୍ୟା ୧୪୦ରେ ପହଞ୍ଚିଛି।ସେହିପରି ଖୋର୍ଦ୍ଧାର ୩ ମୃତକଙ୍କ ମଧ୍ୟରେ ଜଣେ ୮୦ ବର୍ଷୀୟ ପୁରୁଷ ଥିବା ବେଳେ ୨୬ ଓ ୫୫ ବର୍ଷୀୟ ମହିଳା ଅଛନ୍ତି। ଏଥିସହ ରାୟଗଡ଼ାର ୪୭ ବର୍ଷୀୟ ଜଣେ ପୁରୁଷ, ବାଲେଶ୍ଵରର ୫୮ ବର୍ଷୀୟ ଜଣେ ପୁରୁଷ, ପୁରୀର ୫୬ ବର୍ଷୀୟ ଜଣେ ପୁରୁଷ ଓ ସୁନ୍ଦରଗଡ଼ର ଜଣେ ୫୭ ବର୍ଷୀୟ ମହିଳା କରୋନାରେ ପ୍ରାଣ ହରାଇଛନ୍ତି।

Comment