ଓଡିଶାଲାଇଭ୍ କରୋନା ବ୍ୟୁରୋcorona case-2

  • ଦିନକରେ ୫୩,୬୦୧ ଆକ୍ରାନ୍ତ, ୮୭୧ ମୃତ
  • ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨,୬୮,୬୭୬କୁ ବୃଦ୍ଧି
  • କରୋନାଜନିତ ମୃତ୍ୟୁସଂଖ୍ୟା ୪୫,୨୫୭କୁ ବୃଦ୍ଧି

ଦେଶରେ କରୋନା ମୃତ୍ୟୁସଂଖ୍ୟା ଲଗାତାର ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ପୁଣି ୮୭୧ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଫଳରେ ମୃତ୍ୟୁସଂଖ୍ୟା ୪୫ ହଜାର ପାର୍ କରିଛି। ଏନେଇ କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

ସ୍ଵାସ୍ଥ୍ୟ ମନ୍ତ୍ରାଳୟର ତାଜା ତଥ୍ୟ ଅନୁଯାୟୀ ଆଜି ଆଉ ୫୩,୬୦୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨,୬୮,୬୭୬କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୬,୩୯,୯୨୯ଟି ଆକ୍ଟିଭ୍ କେସ୍ ଥିବା ବେଳେ ୧୫,୮୩,୪୮୯ ଜଣ ସୁସ୍ଥ ହୋଇଛନ୍ତି।ଆଜିର ମୃତକଙ୍କୁ ମିଶାଇ ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୪୫,୨୫୭କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୧୮,୦୫୦ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ତାମିଲନାଡୁରେ ୫୦୪୧ ଜଣ, ଦିଲ୍ଲୀରେ ୪୧୩୧ ଜଣ ଓ କର୍ଣ୍ଣାଟକରେ ୩୩୧୨ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

Comment