ଓଡିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଏହାକୁ ରୋକିବା ପାଇଁ ରାଜ୍ୟର ସର୍ବାଧିକ ସଂକ୍ରମିତ ୪ଟି ଜିଲ୍ଲା ଖୋର୍ଦ୍ଧା, ସୁନ୍ଦରଗଡ଼, କଟକ ଓ ଯାଜପୁର ଉପରେ ଅଧିକ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ୍ ପରିଚାଳନା ନେଇ ଅନୁଷ୍ଠିତ ସମୀକ୍ଷା ବୈଠକରେ ଆଜି ମୁଖ୍ୟମନ୍ତ୍ରୀ ଏନେଇ ଘୋଷଣା କରିଛନ୍ତି।

ବର୍ତ୍ତମାନ କରୋନା ରୋଗୀଙ୍କ ଯାବତୀୟ ଚିକିତ୍ସା ଖର୍ଚ୍ଚ ସରକାର ବହନ କରୁଛନ୍ତି। ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ଧନୀ, ଗରିବ ସମସ୍ତଙ୍କୁ ସମାନ ସୁବିଧା ମିଳୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ଏଥିସହ ରୋଗୀଙ୍କର ରହିବା, ଖାଇବା, ଔଷଧ, ପରିବହନ ଆଦି ସବୁ ସୁବିଧା ମାଗଣାରେ ମିଳୁଛି। ଏଣୁ ପଇସା ଅଭାବରୁ କେହି ବି କୋଭିଡ୍ ରୋଗୀ ଯେମିତି ଚିକିତ୍ସାରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଅଧିକ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଆମ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଏଣୁ ଲକ୍ଷଣ ଦେଖାଦେଲେ ସ୍ଵେଚ୍ଛାକୃତ ଭାବେ ଟେଷ୍ଟ୍ କରାଇବାକୁ ଆଗେଇ ଆସନ୍ତୁ। ଏହାଦ୍ଵାରା ସଂକ୍ରମଣ ହାରରେ ନିୟନ୍ତ୍ରଣ ଆସିବା ସହ ଆରୋଗ୍ୟ ହାର ମଧ୍ୟ ବୃଦ୍ଧି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ଏଣୁ ରାଜ୍ୟବାସୀ ସରକାରଙ୍କୁ ସହଯୋଗ କରି ଏହି କରୋନା ମହାମାରୀକୁ ହରାଇବାରେ ଜଣେ ଜଣେ ଯୋଦ୍ଧା ସାଜିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ଵାନ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here