ଓଡିଶାଲାଇଭ୍ କରୋନା ବ୍ୟୁରୋcorona US

  • ଦିନକରେ ୬୦,୯୬୩ ଆକ୍ରାନ୍ତ, ୮୩୪ ମୃତ
  • ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩,୨୯,୬୩୯କୁ ବୃଦ୍ଧି
  • କରୋନାଜନିତ ମୃତ୍ୟୁସଂଖ୍ୟା ୪୬,୦୯୧କୁ ବୃଦ୍ଧି

ଦେଶରେ କରୋନା ମୃତ୍ୟୁସଂଖ୍ୟା ଲଗାତାର ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୮୩୪ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ କରୋନାଜନିତ ମୃତ୍ୟୁସଂଖ୍ୟା ୪୬ ହଜାର ପାର୍ କରିଛି। ଏନେଇ କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।ସ୍ଵାସ୍ଥ୍ୟ ମନ୍ତ୍ରାଳୟର ତାଜା ତଥ୍ୟ ଅନୁଯାୟୀ ଆଜି ୬୦,୯୬୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩,୨୯,୬୩୯କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧୬,୩୯,୫୯୯ ଜଣ ସୁସ୍ଥ ହୋଇଥିବା ବେଳେ ୬,୪୩,୯୪୮ଟି ଆକ୍ଟିଭ୍ କେସ୍ ରହିଛି।ସେହିପରି ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୪୬,୦୯୧ରେ ପହଞ୍ଚିଛି। ସେଥିମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୧୮,୩୦୬ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ତାମିଲନାଡୁରେ ୫୧୫୯ ଜଣ, ଦିଲ୍ଲୀରେ ୪୧୩୯ ଜଣ ଓ କର୍ଣ୍ଣାଟକରେ ୩୩୯୮ ଜଣଙ୍କର ମୃତ୍ୟୁ ହୋଇଛି।

Comment