ଓଡିଶାଲାଇଭ୍ କରୋନା ବ୍ୟୁରୋcorona case-2

  • ଦିନକରେ ୬୬,୯୯୯ ଆକ୍ରାନ୍ତ, ୯୪୨ ମୃତ
  • ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩,୯୬,୬୩୮କୁ ବୃଦ୍ଧି
  • କରୋନାଜନିତ ମୃତ୍ୟୁସଂଖ୍ୟା ୪୭,୦୩୩କୁ ବୃଦ୍ଧି

ଆଜି ଦେଶରେ ଆଉ ୯୪୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏଥିସହ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୪୭ ହଜାର ଟପିଛି। ଏନେଇ କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

ସ୍ଵାସ୍ଥ୍ୟ ମନ୍ତ୍ରାଳୟର ତାଜା ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟାରେ ୬୬,୯୯୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩,୯୬,୬୩୮କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୬,୫୩,୬୨୨ଟି ଆକ୍ଟିଭ୍ କେସ୍ ଥିବା ବେଳେ ୧୬,୯୫,୯୮୨ ଜଣ ସୁସ୍ଥ ହୋଇଛନ୍ତି।ସେହିପରି ଆଜିର ମୃତକଙ୍କୁ ମିଶାଇ ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୪୭,୦୩୩ରେ ପହଞ୍ଚିଛି। ସେଥିମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୧୮,୬୫୦ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ତାମିଲନାଡୁରେ ୫,୨୭୮ ଜଣ, ଦିଲ୍ଲୀରେ ୪,୧୫୩ ଜଣ ଓ କର୍ଣ୍ଣାଟକରେ ୩,୫୧୦ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

Comment