ଓଡିଶାଲାଇଭ୍ କରୋନା ବ୍ୟୁରୋcorona case-2

  • ଦିନକରେ ୬୪,୫୫୩ ଆକ୍ରାନ୍ତ, ୧୦୦୭ ମୃତ
  • ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪,୬୧,୧୯୧କୁ ବୃଦ୍ଧି
  • କରୋନାଜନିତ ମୃତ୍ୟୁସଂଖ୍ୟା ୪୮,୦୪୦କୁ ବୃଦ୍ଧି

ଦେଶରେ କରୋନା ସଂକ୍ରମଣ କମିବାର ନାଁ ଧରୁନି। ଦିନକୁ ଦିନ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୦୦୭ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏଥିସହ ଦେଶରେ କରୋନା ମୃତ୍ୟୁସଂଖ୍ୟା ୪୮ ହଜାର ଟପିଛି। ଏନେଇ କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।ସ୍ଵାସ୍ଥ୍ୟ ମନ୍ତ୍ରାଳୟର ତାଜା ତଥ୍ୟ ଅନୁସାରେ ଆଜି ପୁଣି ୬୪,୫୫୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪,୬୧,୧୯୧କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧୭,୫୧,୫୫୫ ଜଣ ସୁସ୍ଥ ହୋଇଥିବା ବେଳେ ୬,୬୧,୫୯୫ ଜଣ ଚିକିତ୍ସାଧୀନ ଅଛନ୍ତି।BGUସେହିପରି ଆଜିର ମୃତକଙ୍କୁ ମିଶାଇ ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୪୮,୦୪୦କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୧୯,୦୬୩ ଜଣ ପ୍ରାଣ ହରାଇଥିବା ବେଳେ ତାମିଲନାଡୁରେ ୫,୩୯୭ ଜଣ, ଦିଲ୍ଲୀରେ ୪,୧୬୭ ଜଣ ଓ କର୍ଣ୍ଣାଟକରେ ୩,୬୧୩ ଜଣଙ୍କର ମୃତ୍ୟୁ ହୋଇଛି।

Comment